ଝୋଟ ବ୍ୟାଗ ବଣ୍ଟନ ପାଇଁ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୨୪୭ କୋଟି ୩୬ ଲକ୍ଷ ୬୪ହଜାର ୨୯୭ ଟଙ୍କା

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ଝୋଟ ବ୍ୟାଗ ବଣ୍ଟନ କରାଯାଇଥିଲା, ସେଥ‌ିପାଇଁ ସମୁଦାୟ ୨୪୭ କୋଟି ୩୬ ଲକ୍ଷ ୬୪ହଜାର ୨୯୭ ଟଙ୍କା ଖର୍ଚ୍ଚ କରାଯାଇଅଛି । ସେହିପରି, ପ୍ରତ୍ୟେକ ପରିବାର ପିଛା ୧୦୦୦/- ଟଙ୍କା ଲେଖାଏଁ ସହାୟତା ରାଶି ବଣ୍ଟନ କରାଯାଇ, ଏହି ବାବଦକୁ ସମୁଦାୟ ୯୫୯ କୋଟି ୦୫ ଲକ୍ଷ ୨୬ ହଜାର ଟଙ୍କାର ବ୍ୟୟବରାଦ କରାଯାଇଅଛି । ଯେଉଁମାନେ ପାଇବାରୁ ବଞ୍ଚିତ ଅଛନ୍ତି, ସେମାନଙ୍କୁ ପ୍ରଦାନ କରିବା ପାଇଁ ବର୍ତ୍ତମାନ କିଛି ବ୍ୟବସ୍ଥା ନାହିଁ ।

ଆଜି ବିଧାନସଭାରେ ବିଧାୟକ ଅମରେନ୍ଦ୍ର ଦାସ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ସମସ୍ତ ନିର୍ବାଚନ ମଣ୍ଡଳୀରେ 2024 ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ଝୋଟୋ ବ୍ୟାଗ୍ ବଣ୍ଟନ କରା ଯାଇଥିଲା, ଏଥୁପାଇଁ କେଉଁ ଜିଲ୍ଲାରେ କେତେ ଅର୍ଥ ଖର୍ଚ୍ଚ କରାଯାଇଅଛି ତାହାର ଏକ ଜିଲ୍ଲାୱାରୀ ତାଲିକା ପ୍ରଦାନ କରିବେ କି ଏବଂ ଯେଉଁ 1000/- ଟଙ୍କା ପ୍ରଦାନ କରାଯାଇଥିଲା, ଏଥିପାଇଁ କେଉଁ ଜିଲ୍ଲାରେ କେତେ ଅର୍ଥ ଖର୍ଚ୍ଚ କରାଯାଇଅଛି ଏବଂ ଯେଉଁମାନେ ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ପ୍ରଦାନ କରିବା ପାଇଁ କିଛି ବ୍ୟବସ୍ଥା ଅଛି କି ?

ଏହାର ଉତ୍ତରରେ ମନ୍ତ୍ରୀ ଭଳଳି କିଛି ତଥ୍ୟ ଉପସ୍ଥାପନ କରିଛନ୍ତି । ଯାହା କେବଳ ଭୋଟ୍ ହାତେଇବା ପାଇଁ ବିଜେଡି ସରକାର କରିଥିଲେ ବୋଲି କୁହାଯାଉଛି । ଯାହାକୁ ନେଇ ଏବେ ଆରୋପ ପ୍ରତ୍ୟାରୋପ ରାଜନୀତି ଦେଖିବାକୁ ମିଳିଛି ।

Leave A Reply

Your email address will not be published.