ଓଡ଼ିଶାର କୁକୁଡ଼ା ଗାଡ଼ି ଫେରାଇ ଦେଉଛି ପଶ୍ଚିମବଙ୍ଗ ସରକାର

0

ଭୁବନେଶ୍ୱର (ଆମ ଟିଭି): ଆଳୁ ପରେ ଓଡ଼ିଶାରେ କୁକୁଡା ଓ ଅଣ୍ଡା ଗାଡ଼ିକୁ ଛାଡୁନି ପଶ୍ଚିମବଙ୍ଗ ପୋଲିସ। ପଶ୍ଚିମବଙ୍ଗ ସୀମାନ୍ତ ସୋନାକଣିଆ ଚେକ ପୋଷ୍ଟ ନିକଟରେପୋଲିସ ଗାଡ଼ିକୁ ଅଟକାଉଛି । ଦିନ ସାରା ଓ ଗାଡି ଚେକ ପୋଷ୍ଟରେ ଛିଡା ହେଉଥିବା ଦେଖିବାକୁ ମିଳୁଛି। ହେଲେ ରାତିରେ କିଛି କିଛି ଟଙ୍କା ନେଇ ଗାଡ଼ି ଛାଡି ଦେଉଥିବା ଅଭିଯୋଗ ହୋଇଛି।

ଓଡ଼ିଶାରେ ବାର୍ଡ ଫ୍ଲୁ ପାଇଁ ପଶ୍ଚିମବଙ୍ଗ ସରକାର ଓଡ଼ିଶା ଗାଡ଼ିକୁ ପଶ୍ଚିମବଙ୍ଗ ଭିତରକୁ ଯିବାକୁ ଅନୁମତି ଦେଉନାହାନ୍ତି। ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା କୁକୁଡ଼ା, ଅଣ୍ଡା ଏବଂ କୁକୁଡ଼ା ଦାନା ଗାଡ଼ିକୁ ପଶ୍ଚିମବଙ୍ଗ ଭିତରକୁ ପ୍ରବେଶ ଅନୁମତି ମିଳୁନାହିଁ। ଗତ ଗୁରୁବାର ୧୦୦ରୁ ଅଧିକ ଅଣ୍ଡା ଗାଡି ଅଟକି ରହିଥିଲା। ୫୦ରୁ ଅଧିକ କୁକୁଡ଼ା ଗାଡି ପଶ୍ଚିମବଙ୍ଗ ଯାଇ ନପାରି ଫେରି ଯାଇଥିଲା। ଅଟକି ରହିଥିବା ସମସ୍ତ ଆନ୍ଧ୍ର ଏବଂ ତେଲେଙ୍ଗାନା ଅଣ୍ଡା ଆଡିକୁ ଛାଡ଼ି ଦିଆଯାଉଥିବା ବେଳେ ଓଡ଼ିଶା ନମ୍ବର ଥିବା ଗାଡ଼ିକୁ ଫେରାଇ ଦେଉଛି।

Leave A Reply

Your email address will not be published.