ମା’ ହେଲେ ବଲିଉଡର ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ

0

ମା’ ହେଲେ ବଲିଉଡର ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ। ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖରବ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଦୀପିକା ଓ ରଣବୀରଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

ଦୀପିକା ପଦୁକୋନ୍‌ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ନେଇ ସୋଶାଲ ମିଡିଆରେ ପୋଷ୍ଟ କରି ଡିଜିଟାଲ କ୍ରିଏଟର ତଥା ବିଟାଉନ୍‌ ରିପୋର୍ଟର ମାନବ ମଙ୍ଗଲାନି ସୂଚନା ଦେଇଛନ୍ତି। ତେବେ ରଣବୀର କିମ୍ବା ଦୀପିକାଙ୍କ ପକ୍ଷରୁ ଏନେଇ କୌଣସି ଅଫିସିଆଲ୍ ଭାବେ ସୂଚନା ମିଳିନାହିଁ।

ଗତକାଲି ଦୀପିକା ପଦୁକୋନ ଗଣେଶ ଚତୁର୍ଥୀ ଅବସରରେ ସିଦ୍ଧି ବିନାୟକ ମନ୍ଦିରରେ ଦର୍ଶନ କରିବା ପରେ ମା’ଙ୍କ ସହ ହସ୍ପିଟାଲ ଯାଇଥିଲେ। ଏହାପରେ ତାଙ୍କୁ ମୁମ୍ବାଇ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୁହାଯାଉଥିଲା ଯେ, ସେପ୍ଟେମ୍ବର ମାସ ଶେଷ ଆଡକୁ ଦୀପିକାଙ୍କ ଘରକୁ ନୂଆ ଅତିଥି ଆସିବେ। କିନ୍ତୁ ଏହା ପୂର୍ବରୁ ହିଁ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

Leave A Reply

Your email address will not be published.