ଦିଲ୍ଲୀରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ?, କେଜ୍ରିଓ୍ବାଲଙ୍କ ବରଖାସ୍ତ ନେଇ ବଢିଲା ଚର୍ଚ୍ଚା

0

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ବରଖାସ୍ତ ହେବେ କି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ? ଏହାକୁ ନେଇ ଏବେ ଉଠୁଛି ପଡୁଛି ରାଜଧାନୀ ରାଜନୀତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବହୁଦିନ ହେବ ଜେଲରେ ରହିବା ପରେ ଏବେ ଦିଲ୍ଲୀ ଶାସନ ରାଷ୍ଟ୍ରପତିଙ୍କ ହାତକୁ ଯିବା ଏକ ପ୍ରକାର ଚର୍ଚ୍ଚାର ଶିରୋନାମା ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର । ଏନେଇ ରାଷ୍ଟ୍ରପତି ଗୃହ ମନ୍ତ୍ରାଳାୟକୁ ପଠାଇଥିବା ଚିଠିରେ ଉଲ୍ଲେଖ ରହିଛି । ଏଥିସହିତ ଏହା ବି ଚର୍ଚ୍ଚା ଜୋର ଧରିଛି ଯେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ମଧ୍ୟ ବରଖାସ୍ତ କରାଯାଇଛି । ତେବେ ଏନେଇ କୌଣସି ଠୋସ୍ ଖବର ମିଳିପାରିନାହିଁ ।

Leave A Reply

Your email address will not be published.