ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଓଡ଼ିଶା ପାଇଁ ୨୬୨୯ ପଦ ପାଇଁ ବାହାରିଲା ନିଯୁକ୍ତି; ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

0

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଓଡ଼ିଶା ପାଇଁ ୨୬୨୯ ପଦ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଏନେଇ ଅଗଷ୍ଟ ୩୧ରେ ଘୋଷଣା କରାଯାଇଥିଲା। ତେବେ ଏହାର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଅକ୍ଟୋବର ୧୦ ଅର୍ଥାତ୍‌ ମାସେ ଯାଏଁ ଜାରି ରହିବ। ଏହି ନୋଟିଫିକେଶନରେ ନିଯୁକ୍ତିର ଏଲିଜିବିଲିଟି କ୍ରାଏଟେରିଆ ସମ୍ପର୍କରେ ମଧ୍ୟ ସବିଶେଷ ସୂଚନା ଦିଆଯାଇଛି। ପରିକ୍ଷାର୍ଥୀମାନେ ପିଇଟି, ଟିଜିଟି ଇନ୍‌ ଆର୍ଟସ, ଟ୍ରାଇବାଲ ଲାଙ୍ଗୁଏଜ ଟିଚର୍‌, ଜୀବ ବିଜ୍ଞାନରେ ଟିଜିଟି ବିଜ୍ଞାନ ଓ ହିନ୍ଦୀ, ସଂସ୍କୃତ, ତେଲଗୁ ଶିକ୍ଷକ ଇତ୍ୟାଦି ପାଇଁ ମଧ୍ୟ ନିଯୁକ୍ତି ଅବସର ରହିଛି।

ଏହି ଚାକିରି ପାଇଁ ଆପଣଙ୍କ ବୟସ ୨୧-୩୮ ହୋଇଥିବା ଆବଶ୍ୟକ। କହିରଖୁଛୁ କି, ଏସଇବିସି ପରିକ୍ଷାର୍ଥୀଙ୍କୁ ୫ବର୍ଷ ପାଇଁ ଛାଡ କରାଯାଇଛି। ସେହିପରି ଏସସି-ଏସଟି ନାମାଙ୍କନ କରିଥିବା ପ୍ରାର୍ଥୀଙ୍କୁ ୫ବର୍ଷ ପାଇଁ ମଧ୍ୟ ଛାଡ କରାଯିବ। ମହିଳାଙ୍କୁ ୫ବର୍ଷ ଓ ପିଡବ୍ଲୁଡି ପରିକ୍ଷାର୍ଥୀଙ୍କୁ ୧୦ବର୍ଷ ଯାଏଁ ଛାଡ ମିଳିବ। ଏଥିପାଇଁ ଆବେଦନ କରୁଥିବା ପ୍ରାର୍ତୀମାନେ ବିଇଡିରେ ସ୍ନାତକ କରିଥିବା ଜରୁରୀ। ପରୀକ୍ଷାରେ ଅତି କମ୍‌ରେ ୫୦ ଶତକଡା ମାର୍କ ରହିଥିବା ଦରକାର। ସେହିପରି ଏସସି-ଏସଟି ଓ ଏସଇବିସି ପରୀକ୍ଷାର୍ଥୀମାନେ ୪୫ଶତକଡା ମାର୍କ ରହିବା ନିହାତି ଆବଶ୍ୟକ।

ଆବେଦନ କରିବା ପାଇଁ ପ୍ରଥମେ ଏହାର ଅଫିସିଆଲ ଲିଙ୍କ୍‌ https://www.osssc.gov.in/Public/OSSSC/Default.aspx. ରେ ଲଗ୍‌ ଇନ୍‌ କରନ୍ତୁ। ଏହାପରେ Osssc teacher recruitment 2024 କୁ କ୍ଲିକ୍‌ କରନ୍ତୁ। ଏହାପରେ ଗୋଟିଏ ଫର୍ମ ଖୋଲିବ। ଏହି ଫର୍ମକୁ ପୂରଣ କରନ୍ତୁ। ନିଜ ଡକୋମେଣ୍ଟ ପୂରଣ କରିବା ସହ ଫି ଦାଖଲ କରନ୍ତୁ। ଏହାପରେ ଫର୍ମକୁ ସବମିଯ୍‌ କରିବା ସହ ଏହାର ପ୍ରିଣ୍ଟ ବାହାର କରନ୍ତୁ।

Leave A Reply

Your email address will not be published.