ରିଲିଜ ହେଲା ଦେବ୍ ଓ ଅସୀମାଙ୍କ “ଦିଲ୍ ସାରାରା ରା”
ଭୁବନେଶ୍ୱର (ଆମ ଟିଭି): ରଙ୍ଗୋଲି ଓଡ଼ିଆ ବ୍ୟାନର ବାବୁ ବାବୁ ଙ୍କ ନିର୍ଦ୍ଦେଶନାରେ ରେ ରିଲିଜ ହେଲା ମିୟୁଜିକ୍ ଭିଡିଓ “ଦିଲ ସାରାରା ରା” । ରିଲିଜ ସମୟରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ପ୍ରଣୟ ଜେଠୀ ଓ ସମାଜସେବୀ ବୁଲନ୍ ଭାଇ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ମାନେ ଉପସ୍ଥିତ ରହି ସିଡି ଉନ୍ମୋଚନ କରିଥିଲେ । ଏହି ମିୟୁଜିକ୍ ଭିଡିଓ ରେ ଟିଭି ସିରୀୟଲ ର ଚର୍ଚ୍ଚିତ ଯୋଡ଼ି ଅଭିନେତା ଦେବ ଓ ଅଭିନେତ୍ରୀ ଆସିମା ଙ୍କ ଚାମତ୍କର ଅଭିନୟ ଦେଖିବାକୁ ମିଳିଛି। ଏହି ମୀୟୁଜିକ ଭିଡିଓ ଟିର ସୁଧାଂଶୁ ଶେଖର ପ୍ରଯୋଜକ ଥିଲା ବେଳେ,ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ନିର୍ଦ୍ଦେଶକ ବାବୁ ବାବୁ ।
କୋରିଓଗ୍ରାଫି କରିଛନ୍ତି ଡି ଦୀପକ୍ ।ରୁଦ୍ରପ୍ରସାଦ ନାୟକ ଏହି ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ , କଣ୍ଠଦାନ କରିଛନ୍ତି ହିୟୁମାନ ସାଗର ଓ ଶୀତଲ୍ କବି ଗୀତ ଟିକୁ ଲେଖିଛନ୍ତି ସୈମ୍ୟ ରଞ୍ଜନ ବଳ । ଏହି ରୋମାଣ୍ଟିକ ମ୍ୟୁୟୁଜିକ୍ ଭିଡିଓ ଟି ଓଡ଼ିଶାର ବିଭିନ୍ନ ସୁନ୍ଦର ସୁନ୍ଦର ପର୍ଯ୍ୟଟନ ସ୍ଥଳୀରେ ସୁଟିଂ ହୋଇଛି । ରଙ୍ଗୋଲି ଓଡ଼ିଆ ବ୍ୟାନର ରେ ଆଗରୁ ଅନେକ ଭଲ ଭଲ ଭିଡିଓ ଗୁଡ଼ିକ ଟ୍ରେଣ୍ଡ ରେ ଥିଲା ବେଳେ ଏହି “ଦିଲ୍ ସାରାରା ରା” ମିୟୁଜିକ ଭିଡିଓ ଟି ନିଶ୍ଚୟ ଦର୍ଶକଙ୍କ ହୃଦୟକୁ ଛୁଇଁଵ ବୋଲି କହିଛନ୍ତି ନିର୍ଦ୍ଦେଶକ ବାବୁ ବାବୁ ।