କେଜ୍ରିୱାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଅତିଶ

0

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଆପ୍‌ ନେତ୍ରୀ ଆତିଶୀ ଶପଥ ନେଇଛନ୍ତି। ସେ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହ କ୍ୟାବିନେଟର ଅନ୍ୟ ପାଞ୍ଚ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ତେବେ ଶପଥ ପାଠ ପରେ ଗୋଟିଏ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆପ୍‌ର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି। ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ଶପଥ ପାଠ ସମୟରେ ଷ୍ଟେଜ ସାମ୍ନାରେ କେଜ୍ରିୱାଲଙ୍କ ସମେତ ଅନ୍ୟ ଅତିଥିମାନେ ବସିଥିଲେ।

ଶପଥ ପାଠ ପରେ ଉପ ରାଜ୍ୟପାଳ ସକ୍ସେନା ଓ ମୁଖ୍ୟମନ୍ତ୍ରୀ ଆତିଶୀ ସିଧା କେଜ୍ରିୱାଲଙ୍କ ପାଖକୁ ଆସିଥିଲେ। ଉପ ରାଜ୍ୟପାଳ ସକ୍ସେନା ସ୍ମିତ ହାସ୍ୟ ଦେଇ କେଜ୍ରିୱାଲଙ୍କ ସହ ହାତ ମିଳିଥିଲେ। ଏହି ସମୟରେ ଆତିଶୀ ସେଠାରେ ପହଞ୍ଚି କେଜ୍ରିୱାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଅନ୍ୟମାନଙ୍କୁ ମଧ୍ୟ ସେ ନମସ୍କାର କରିଥିଲେ।

ମୁଖ୍ୟମନ୍ତ୍ରୀ ହେବା ପରେ ଆତିଶୀ ନିଜର ପ୍ରଥମ ଭାଷଣରେ ଦିଲ୍ଲୀବାସୀଙ୍କୁ ପୁଣିଥରେ କେଜ୍ରିୱାଲଙ୍କୁ ଏହି ପଦକୁ ଶୀଘ୍ର ଫେରାଇ ଆଣିବାକୁ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.