ଗୀତମ ବୈଷୟିକ ଓ ମ୍ୟାନେଜମେଣ୍ଟ କଲେଜରେ ଫ୍ରେସର୍ସ ଓରିଏଣ୍ଟ କାର୍ଯ୍ୟକ୍ରମ 

0

ଭୁବନେଶ୍ବର (ଆମ ଟିଭି): ଗଙ୍ଗପଡ଼ା ସ୍ଥିତ ଗୀତମ ମ୍ୟାନେଜମେଣ୍ଟ କଲେଜ ପକ୍ଷରୁ ପ୍ରଥମ ବର୍ଷର ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନ ଧରି ଓରିଏଣ୍ଟସନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବିଶ୍ୱସ୍ୱରୂପ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ମ୍ୟାନେଜମେଣ୍ଟ ଶିକ୍ଷାର ଆବଶ୍ୟକତା ଓ ନିଯୁକ୍ତି ବିଷୟରେ ଦିଗଦର୍ଶନ ଦେଇଥିଲେ l ଦ୍ଵିତୀୟ ଦିନରେ ବିଭିନ୍ନ ଜ୍ଞାନୀଗୁଣି ଦୋଧିକ୍ ବିଚାର ରଖିଥିବା ବ୍ୟକ୍ତି ବିଶେଷ ଯୋଗଦେଇ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ସତ୍ ଦିଗଦର୍ଶନ ଦେଇଥିଲେ l

କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ପ୍ରଥମ ବର୍ଷର ଜଣେ ଛାତ୍ର କୁ ମିଷ୍ଟର ଫ୍ରେସର ଓ ଜଣେ ଛାତ୍ରୀକୁ ମିସ ଫ୍ରେସର ଭାବେ ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ଗୀତମ କଲେଜ ର ସେକ୍ରେଟାରୀ ଶୁଭାଶିଷ କୁମାର ପାତ୍ର ପିନାକିଲ ବି ସ୍କୁଲ ର ଡିରେକ୍ଟର ପ୍ରଫେସର ସନ୍ତୋଷ ଦାସ,, ଗୀତମ କଲେଜ ର ସିଇଓ ପ୍ରଫେସର ତପନ କୁମାର ପଣ୍ଡା, ପ୍ରିନସିପାଲ ଅଜୟ କୁମାର ପ୍ରଧାନ ଆଡମିନିଷ୍ଟ୍ରେଟିଭ ଅଫିସର ଅଭିଜିତ ନାୟକ, ପ୍ରଫେସର ବିମଳ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ l ଅଧ୍ୟାପକ ଭକ୍ତ ଚରଣ ଜେନା, ଅଧ୍ୟାପିକା ରାଜଶ୍ୱନୀ ମିଶ୍ର, ଅଧ୍ୟାପକ ସାଗର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Leave A Reply

Your email address will not be published.