ସହିବା ସୀମା ଟପିଗଲାଣି, ଏଥର ସାରା ଓଡ଼ିଶା ଜଳିବ

0

ପାରାଦୀପ (ଆମ ଟିଭି): ଗତ ସାଧାରଣ ନିର୍ବାଚନ ପୂର୍ବରୁ ପାରାଦୀପ ବିଜେଡି ମଧ୍ୟରେ ଚାଲିଥିବା ଶୀତଳ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଓ ବର୍ତ୍ତମାନ ପାରାଦୀପ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଶନିବାର ଓ ରବିବାର ବସନ୍ତ-ସମ୍ବିତଙ୍କ ସମର୍ଥକ ପାରାଦୀପ ଆଦର୍ଶ ଥାନାରେ ପରସ୍ପର ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପାରାଦୀପ ବିଜେଡିରେ ରାଜନୀତି ସରଗରମ ହୋଇଛି। ଶନିବାର ରାତିରେ ବସନ୍ତଙ୍କ ସମର୍ଥକ ତଥା ଜିଲା ବିଜେଡି ସାଧାରଣ ସମ୍ପାଦକ ମନୋଜ କୁମାର ବେହେରା ଥାନାରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସମ୍ବିତଙ୍କ ସମର୍ଥକ ପାରାଦୀପ ନଗର ବିଜେଡି କାର୍ଯ୍ୟକାରୀ ସଭାପତି କୁମରବର ନାୟକ, ପୂର୍ବତନ ବିଧାୟକ ପ୍ରତିନିଧି ରଶ୍ମିରଞ୍ଜନ ପରିଡ଼ା, ମାନସ ବିଶ୍ୱାଳ, ସୁଶୀଲ ମହାପାତ୍ର ୧୩ ତାରିଖ ସାରେ ଖବରଦାତା ସମ୍ମିଳନୀ କରିଥିଲେ।

ଏଥିରେ ସେମାନେ ଲୋକପ୍ରିୟ ନେତା ବସନ୍ତଙ୍କ ବିରୋଧରେ କିଛି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ତାଙ୍କୁ ଦଳରୁ ବହିଷ୍କାର କରା ନ ଗଲେ ମାରି ବିଦା କରିବୁ ବୋଲି କହିଥିଲେ। ଜଣେ ନେତାଙ୍କୁ ଗଣମାଧ୍ୟମ ଆଗରେ ମାରିବା ଭଳି ଧମକ ଦେବା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହି ଘଟଣା ପରେ ରବିବାର ସମ୍ବିତଙ୍କ ସମର୍ଥକ ମାନସ ବିଶ୍ୱାଳ ଥାନାରେ ଅଭିଯୋଗରେ ଦର୍ଶାଇଛନ୍ତି, ଗତ ୧୧ ତାରିଖ ସାଙ୍ଗଠନିକ ସଭାରେ ବସନ୍ତ ଓ ଅନ୍ୟ କେତେଜଣ କର୍ମୀ ପୂର୍ବତନ ବିଧାୟକ ସମ୍ବିତଙ୍କ ବିରୋଧରେ କଟୁ ଶବ୍ଦ ପ୍ରୟୋଗ କରିଥିଲେ। ସେ ଦଳରେ ବିଭିନ୍ନ ପଦପଦବୀରେ ରହି ଯେଉଁ ସୁବିଧା ସୁଯୋଗ ନେଇଛନ୍ତି ତା’ର ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିନାହିଁ। କିନ୍ତୁ ଅଭିଯୋଗ ଘଟଣାକୁ ନେଇ ୨ ନେତାଙ୍କ ସମର୍ଥକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି।

Leave A Reply

Your email address will not be published.