ଅନୁଷ୍ଠାନ ‘ଶ୍ରୀଶକ୍ତି’ ତରଫରୁ ‘ଟପ ମଡେଲ୍ ଓଡିଶା’ ର ସାମ୍ବାଦିକ ସମ୍ମିଳନୀ !

0

ଭୁବନେଶ୍ୱର(ଆମ ଟିଭି): ୨୭ ସେପ୍ଟେମ୍ବର ଅପରାହ୍ନରେ ହୋଟେଲ ଏମ୍ପାଏର ରେ ଅନୁଷ୍ଠିତ ହୋଇଯାଇଛି ଏହି ଏନଜିଓ କାର୍ଯ୍ୟକ୍ରମ।ପ୍ରଥମ ଉଦ୍ୟେଶ୍ୟ କ୍ୟାନ୍ସର ରୋଗୀଙ୍କୁ ସାହାଯ୍ୟ ଏବଂ ନାରୀଶକ୍ତିକୁ ଅଗ୍ରସର କରିବା ହେହୁଛି ମୂଳ ଲକ୍ଷ୍ୟ। ଏହି ସଂଗଠନର ତିନୋଟି କାର୍ଯ୍ୟକ୍ରମ ରହିବ। ଏହା ୧ ରୁ ୩ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଏଥିରେ ଓଡିଶା ଆଚିଭର୍ ଆୱାର୍ଡ, ମେକପ କମ୍ପିଟେସନ, ଟପ୍ ମଡେଲ ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ସଂସ୍ଥାର ନିର୍ଦେଶକ ଏବଂ ସମ୍ପାଦକ ସବିତା ମହାକୁଙ୍କ, ସଭାପତି ସଂଗୀତା ପାଢ଼ୀ, ଉପସଭାପତି ପ୍ରିୟଙ୍କା ପ୍ରିୟଦର୍ଶି, ରଶ୍ମି ରେଖା ଦାସ ଶୋ‘ କନଭେନର୍, ବିଚାରକ ସସ୍ମିତା ଚୌଧୁରୀ, ଗାୟତ୍ରୀ ବେହେରା ଉପସ୍ଥିତି ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷକ ରହିବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ପୁପିନ୍ଦର ସିଂ, ଓଡ଼ିଆ ଗୀତିକାର ଗୁଡି ଭାଇ,ଏବଂ ହିନ୍ଦୀ ଚଳଚିତ୍ର ଅଭିନେତ୍ରୀ ମହିମା ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

Leave A Reply

Your email address will not be published.