ଗୀତମ ବୈଷୟିକ ଓ ଯାନ୍ତ୍ରିକ କଲେଜରେ ୫୫ତମ ଜାତୀୟ ସେବା ଯୋଜନା ଦିବସ ପାଳିତ

0

ନୂଆଦିଲ୍ଲୀ(ଆମ ଟିଭି): ଗଙ୍ଗପଡା ସ୍ଥିତ ଗୀତମ ବୈଷୟିକ ଓ ଯାନ୍ତ୍ରିକ କଲେଜ ରେ ୫୫ତମ ଜାତୀୟ ସେବା ଯୋଜନା ଦିବସ (NSS) ପାଳିନ କରାଯାଇଅଛି l ଏହି ଅବସରରେ ଗୀତମ ଜାତୀୟ ସେବା ଯୋଜନା (NSS) ୟୁନିଟର ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ଗଙ୍ଗାପଡ଼ା ସ୍ଥିତ ମାନସିକ ବିକାର ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଗୃହ ମିଶନ ଆଶାଲୋକ ରେ ବସ୍ତ୍ର ଓ ଖାଦ୍ୟ ବଣ୍ଟନ କରିଥିଲେ l ଅପରାହ୍ନରେ ଏକ ସଭା ସ୍ଥାନୀୟ ଗୀତମ କ୍ୟାମ୍ପସ ଅଡ଼ିଟରିଅମ ରେ ଅନୁଷ୍ଠିତ ହୋଇଥିଲା l

ଏଥିରେ କଲେଜ ର ପ୍ରିନସିପାଲ ପ୍ରଫେସର ଅଜୟ କୁମାର ପ୍ରଧାନ, ସିଇଓ ପ୍ରଫେସର ତପନ କୁମାର ପଣ୍ଡା, ଡ଼ିନ୍ଏକାଡେମୀକ ପ୍ରଫେସର ଏସ. ଏସ. ସିଂହ, ଡିପ୍ଲୋମା ବିଭାଗର ମୁଖ୍ୟ ପ୍ରଫେସର ଅରୁଣ କୁମାର ପରିଡା ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ l ଗୀତମ ଶିକ୍ଷାନୁଷ୍ଠାନ ର ଜାତୀୟ ସେବା ଯୋଜନା (ଏନ ଏସ ଏସ) ର ମୁଖ୍ୟ ପ୍ରଫେସର ଅଭିଜିତ ନାୟକ ଅଗ୍ନିବର୍ଷୀ ଭାଷଣ ଦେଇ ଯୁବ ଛାତ୍ରଛାତ୍ରୀ ମାନଙ୍କୁ ଦେଶ ପ୍ରେମ ଓ ଦେଶମାତୃକାର ସେବା ପାଇଁ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ l କଲେଜର ପ୍ରିନସିପାଲ ୨୦୨୩-୨୪ ବର୍ଷର ବେଷ୍ଟ ଏନ ଏସ ଏସ ଭୋଲୁଣ୍ଟିୟର ବ୍ରଜଜିତ ବେହେରା ଓ ଶୁଭ ସନ୍ଧ୍ୟା ସାହୁ ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ l

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଏନଏସଏସ ଭୋଲୁଣ୍ଟିୟର ମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏଥିରେ ଏନଏସଏସ ଭୋଲୁଣ୍ଟିୟର ମାନେ ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ ପରିବେଷଣ କରି ସମସ୍ତ ଙ୍କୁ ଆକୃଷ୍ଟ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପିକା ରାଜସ୍ବନୀୟ ମିଶ୍ର ସୁନ୍ଦର ରୂପେ ସଂଯୋଜନା କରି କାର୍ଯ୍ୟକ୍ରମର ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.