‘ନବୀନଙ୍କ ସମୟରେ ହିଁ ବଦଳିଛି ନଗଡା ଚିତ୍ର’: ପ୍ରଫୁଲ୍ଲ ଘଡ଼ାଇ

0

ଭୁବନେଶ୍ୱର (ଆମ ଟିଭି): ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ବିଜେଡି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିୀଛନ୍ତି, ନବୀନ ବାବୁଙ୍କ ସମୟରେ ଯାଜପୁରର ଅନେକ ବିକାଶ ହୋଇଛି। ତେବେ ସବୁ ଯେ ବିକାଶ ହୋଇଛି, ତାହା ନୁହେଁ, କିଛି କାମ ବାକି ମଧ୍ୟ ଘଡାଇ କହିଛନ୍ତି।
ସେ ଆହୁରି କହିଛନ୍ତି ନବୀନଙ୍କ ସମୟରେ ନଗଡ଼ା ଚିତ୍ର ବଦଳିଛି। ଭାଜପା ପାଖରେ ସୁଯୋଗ ଅଛି, ସେ ବାକିଥିବା କାମକୁ ମଧ୍ୟ ଆଗେଇ ନେଇପାରିବେ।
ମୁଖ୍ୟମନ୍ତ୍ରୀଙ୍କ ପରିବାରବାଦ ମନ୍ତବ୍ୟକୁ ମୁଁ ଗ୍ରହଣ କରିପାରୁନି ବୋଲି ଘଡ଼ାଇ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ସମିଆ ପଞ୍ଚାୟତର ଆଦିବାସୀ ଗ୍ରାମ ବୁଢ଼ା କେନ୍ଦୁଆଠାରେ ମନ କି ବାତ୍‌ କାର୍ଯ୍ୟକ୍ରମ ପାଇଁ ଶନିବାର ଚଣ୍ଡିଖୋଲ ଡାକବଙ୍ଗଳାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ତେବେ କାର୍ଯ୍ୟକ୍ରମରେ ଯୋଗଦେଇ ମୋହନ ମଞ୍ଚ ଉପରୁ ବିଜେଡିକୁ ଟାର୍ଗେଟ କରିଥିଲେ। ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ। ବିଜେଡିର ଗାଁକୁ କାମ, ନାରୀକୁ ସମ୍ମାନ ନାରା କେତେ କାର୍ଯ୍ୟକାରୀ କରିଛନ୍ତି ବୋଲି ସେ ସିଧାସଳଖ ପ୍ରଶ୍ନ କରିଥିଲେ। ସେ କହିଥିଲେ, ଯାଜପୁରରେ ଗାଁକୁ ଭଲ ରାସ୍ତା ନାହିଁ, ବିକାଶମୂଳକ କାମ ନାଁରେ ଦୁର୍ନୀତି ହୋଇଛି। ବିଜେଡି ନାରୀକୁ କେତେ ସମ୍ମାନ ଦେଇଛନ୍ତି, ତାହା ଆମେ ଦେଖିଛୁ। ଧର୍ମଶାଳ ପିଇଓ ସ୍ମିତାରାଣୀଙ୍କୁ ନିର୍ମମ ଭାବେ ଏଠାରେ ହତ୍ୟା କରାଯାଇଛି। ନ୍ୟାୟ ଦେବା ପରିବର୍ତ୍ତେ ଏହି ମାଲାରେ କୁଜି ନେତାଙ୍କୁ ଘଣ୍ଟ ଘୋଡ଼ାଇ ରଖାଯାଇଛି।

Leave A Reply

Your email address will not be published.