ମିଥୁନଙ୍କୁ ମିଳବ ଦାଦା ସାହେବ ଫାଲକେ ଆଓ୍ବାର୍ଡ

0

ନୂଆଦିଲ୍ଲୀ(ଆମ ଟିଭି):  ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭାରତୀୟ ସିନେମାର ଦିଗ୍‌ଜ ଓ ଲୋକପ୍ରିୟ କଳାକାର ଅଟନ୍ତି। ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ମିଳିବାକୁ ଯାଉଛି। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଟ୍ବିଟ କରି ସୂଚନା ଦେଇଛନ୍ତି। ଅକ୍ଟୋବର ୮ ନ୍ୟାଶନାଲ ଫିଲ୍ମ ଆଓ୍ବାର୍ଡ ସମାରୋହରେ ତାଙ୍କୁ ଏହି ଆଓ୍ବାର୍ଡରେ ସମ୍ମାନିତ କରାଯିବ। ଭାରତୀୟ ସିନେମାରେ ତାଙ୍କର ବିଶିଷ୍ଟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି।

 

ସୂଚନାଥାଉ କି, ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ହେଉଛି ଦାଦା ସାହେବ ଫାଲକେ ଆଓର୍‌ବାଡ। ମିଥୁନ ନିଜର ୪୮ବର୍ଷର କ୍ୟାରିୟରେ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। କେବଳ ହିନ୍ଦୀ ନୁହେଁ ବଙ୍ଗଳା, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି।

Leave A Reply

Your email address will not be published.