ରାହୁଲ ଗାନ୍ଧୀଙ୍କୁ ନୋଟିସ୍‌‌; ଆସନ୍ତା ୨୩ରେ ହାଜର ହେବାକୁ ନିର୍ଦେଶ

0

ପୁଣି ଅଡୁଆରେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବୀର ସାବରକରଙ୍କ ସମ୍ପର୍କରେ ରାହୁଲ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ମାମଲାରେ ହାଜର ହେବାକୁ ପୁନେ କୋର୍ଟଙ୍କ ପକ୍ଷରୁ ନୋଟିସ୍‌‌ ଜାରି କରାଯାଇଛି। ବୀର ସାବରକରଙ୍କ ସମ୍ପର୍କରେ ରାହୁଲ ଆପତ୍ତିଜନକ ଶଦ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ରାହୁଲ ଗାନ୍ଧୀ ବ୍ରିଟେନ ଯାଇଥିବା ବେଳେ ସେଠାରେ ଏଭଳି ମନ୍ତବ୍ୟ ଦେଇଥିଲେ। ଏନେଇ ସାବରକରଙ୍କ ସମ୍ପର୍କୀୟ ପୁଣେ କୋର୍ଟରେ ମାନହାନି ମକଦ୍ଦମା କରିଥିଲେ। ଏହାର ଶୁଣାଣି କରି ଶନିବାର କୋର୍ଟ ରାହୁଲଙ୍କୁ ନୋଟିସ୍‌‌ କରି ଅକ୍ଟୋବର ୨୩ରେ ହାଜର ହେବାକୁ ନୋଟିସରେ କୁହାଯାଇଛି।

Leave A Reply

Your email address will not be published.