ବିଜେଡି ନେତାଙ୍କୁ ଝଟ୍‌କା: ୨୪ କୋଟି ୨୧ ଲକ୍ଷ ଫାଇନ୍‌ ପକାଇଲେ…

0

ନୟାଗଡ଼(ଆମ ଟିଭି): ନୟାଗଡ଼ ଜିଲା ଭାପୁର ତହସିଲ ନିମାଣି ଗାଁସ୍ଥିତ କାସିଆ ପାହାଡ଼ରେ ମାତ୍ରାଧିକ ଖଣି ଉତ୍ତୋଳନ ଓ ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ବିଜେଡି ନେତା ବେଣୁଧର ପ୍ରଧାନଙ୍କୁ ଝଟ୍‌କା। ବେଣୁଧରଙ୍କ ଉପରେ ୨୪ କୋଟି ୨୧ ଲକ୍ଷ ଟଙ୍କାର ଫାଇନ୍‌ କସିଛି ଖଣି ବିଭାଗ। ଲିଜ୍‌ଧରା ନିୟମ ଉଲ୍ଲଘଂନ କରି ଖଣି ଚଲାଉଥିବା ଅଭିଯୋଗ ହୋଇଆସୁଥିଲା। ଅନୁମତି ଠାରୁ ଅଧିକା ଖୋଳା ଯାଇଥିବା ତଦନ୍ତରୁ ଜଣାପଡିଥିଲା। ବାରମ୍ବାର ଅଭିଯୋଗ ପରେ ନୟାଗଡ଼ ଖଣି ଅଧିକାରୀ ଈଶ୍ୱର ପ୍ରଧାନ ଏବଂ ଅନ୍ୟ କିଛି ପୋଲିସ ଫୋର୍ସ ସହ କାସିଆ କାରୀରେ ଗତ ଜୁଲାଇ ୨୨ରେ ଚଢ଼ାଉ କରିଥିଲେ। ଚଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି।ପ୍ରକସଜେ ଅନୁମତି ସ୍ଥାନରୁ ମାତ୍ରାଧିକ ଖଣି ଉତ୍ତୋଳନ ହେବା ସହ ଜଙ୍ଗଲ ଜମିରେ ରାସ୍ତା ଓ ପଥର ଖଣି ଖନନ ଅଭିଯୋଗ ରହିଥିଲା। ବାରମ୍ବାର ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା।

ଦୀର୍ଘ ବର୍ଷ ଧରି ବିଜେଡି ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ କାସିଆ ଖଣି ଏବଂ ରାଜସ୍ବ ବିଭାଗର ଅଧିକାରୀଙ୍କୁ ହାତ କରି ପାହାଡ଼ରୁ ବେଆଇନ ଭାବେ ଖନନ ଜାରି ରଖିଥିଲେ । ଏ ସଂପର୍କରେ ଗତ ଜୁଲାଇ ୨୦ରେ ଖବର ପ୍ରସାରଣ ହୋଇଥିଲା ନୂଆ ସରକାର ଆସିବା ପରେ ଆକ୍ସନ ନେଇଛି ଖଣି ବିଭାଗ । ଭୁବନେଶ୍ୱର ORSAC ପକ୍ଷରୁ ଅତ୍ୟାଧୁନିକ ଜ୍ଞାନ କୌଶଳଯୁକ୍ତ ମ୍ୟାପିଂ ଯନ୍ତ୍ର ବ୍ୟବହାର କରାଯାଇ ମାପଚୁପ କରାଯାଇଥିଲା । ତେବେ ଖଣି ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି, ଲିଜଧାରୀ ବେଣୁଧର ପ୍ରଧାନଙ୍କ କମ୍ପାନୀ ପିଆରଓ ।

Leave A Reply

Your email address will not be published.