ମସ୍କଟରୁ ଆସୁଥିବା ବିମାନର ଫାଟିଲା ଟାୟାର, ଅଳ୍ପକେ ବର୍ତ୍ତିଲେ ୧୪୬ ଯାତ୍ରୀ

0

ଚେନ୍ନାଇ(ଆମ ଟିଭି): ଚେନ୍ନାଇ ବିମାନବନ୍ଦରରେ ଟଳିଛି ବଡ଼ ଦୁର୍ଘଟଣା। ଶନିବାର ମସ୍କଟରୁ ୧୪୬ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଆସୁଥିବା ଏକ ବିମାନର ଟାୟାର ଓହ୍ଲାଇବା ସମୟରେ ଫାଟି ଯାଇଥିଲା। ଅଧିକାରୀମାନେ ଏହି ଘଟଣା ନେଇ ସୂଚନା ଦେଇଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ହେଲେ ବିମାନର ପରବର୍ତ୍ତୀ ଉଡାଣକୁ ବାତିଲ କରିଦିଆଯାଇଛି।

କହିରଖୁଛୁ, କିଛି ଦିନ ପୂର୍ବେ ଏୟାର ଇଣ୍ଡିଆ ବିମାନ(ଆଇଏକ୍ସ-୫୪୯) ଉଡାଣ ଭରିବାର କିଛି ସମୟ ପରେ ଧୂଆଁ ଯୋଗୁ ତିରୁବନନ୍ତପୁରମ୍‌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା।

Leave A Reply

Your email address will not be published.