ଦିନ ଗଡୁଛି, ବଢୁଛି ଯୁଦ୍ଧ; ଇରାନର ରକେଟ ମାଡ଼ ପରେ ରକ୍ତମୁଖା ଇସ୍ରାଏଲ

0

ନୂଆଦିଲ୍ଲୀ(ଆମ ଟିଭି): ଦିନ ଗଡୁଛି , ବଢୁଛି ଯୁଦ୍ଧ । ହିଜବୁଲ୍ଲା ଉପରେ ଆକ୍ରମଣ ଆହୁରି ଜୋର କରିଛି ଇସ୍ରାଏଲ୍ । ବିରୁଟ୍ ଉପରେ ବୋମା ମାଡ ଜାରି ରହିଛି । ଇରାନ୍‌ର ସୁପ୍ରିମ ଲିଡର୍ ଖୋମିନୀଙ୍କ ଧମକ ପରେ  ୟମନ୍ ଉପରେ ବୋମା ମାଡ କରିଛନ୍ତି ଆମେରିକା ଏବଂ ବ୍ରିଟେନ୍‌ । ଏହା ସହିତ ଟାର୍ଗେଟରେ ରହିଛି ଇରାନର ପରମାଣୁ କେନ୍ଦ୍ର ।

ୟୁରାନିଅମ୍ ଖଣି, ସାମରିକ ଘାଟିକୁ ଧ୍ୱଂସ କରିବାକୁ ଯୋଜନା କରିଛି ଆଇଡିଏଫ । ଇରାନ୍‌ ୨୦୦ରୁ ଅଧିକ ରକେଟ୍‌ ମାଡ଼ କରିବା ପରେ ରକ୍ତମୁଖା ହୋଇପଡିଛି ଇସ୍ରାଏଲ । ଏହାରି ଭିତରେ ଇରାନ୍‌ ବିରୋଧରେ ଇସ୍ରାଏଲର ଏହା ସଠିକ୍ ଆକ୍ସନ ହେବ ବୋଲି କହିଛନ୍ତି  ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ସେପଟେ ପଶ୍ଚିମ ଏସିଆ ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଟିତ ହୋଇଛି । ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ କମିଟିର ଏହି ବୈଠକରେ ଭାରତ ଉପରେ ଯୁଦ୍ଧର ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଯୁଦ୍ଧ ଯୋଗୁଁ ଭାରତକୁ ତୈଳ ଯୋଗାଣ ପ୍ରଭାବିତ ହୋଇପାର । ଆନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ପାଇଲେ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିବ । ପଶ୍ଚିମ ଏସିଆ ଯୁଦ୍ଧ ସ୍ଥିତିକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି ।

ଏହା ଯେମିତି ଭୟଙ୍କର ରୂପ ନ ନିଏ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଦରକାର । ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ ଗତରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.