ମେଡିକାଲରେ ଭର୍ତ୍ତି ହେଲେ ବିଶିଷ୍ଟ ଶିଳ୍ପପତି ରତନ ଟାଟା
ମେଡିକାଲରେ ଭର୍ତ୍ତି ହେଲେ ବିଶିଷ୍ଟ ଶିଳ୍ପପତି ରତନ ଟାଟା। ଜଣାଶୁଣା ବ୍ୟବସାୟୀ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା (86) ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସୋମବାର ସକାଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି , ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।
ରାତି 12:30 ରୁ 1:00 ମଧ୍ୟରେ ରତନ ଟାଟାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ରକ୍ତଚାପ ବହୁତ ହ୍ରାସ ପାଇଥିବାରୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।