ଦ୍ୱିତୀୟ ଥର ବି ଖାତାକୁ ‘ସୁଭଦ୍ରା ଟଙ୍କା’ ନ ଆସିଲେ କ’ଣ କରିବେ ହିତାଧିକାରୀ?

0

ଭୁବନେଶ୍ୱର (ଆମ ଟିଭି): ବୁଧବାର ଅର୍ଥାତ ଅକ୍ଟୋବର ୯ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିବ। ଦଶହରା ସମୟ ଥିବାରୁ ଏନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ହେଲେ ପୂର୍ବଥର ଅନେକ ମହିଳା ଟଙ୍କା ଆଶା କରି ନିରାଶ ହୋଇଥିବା ଯୋଗୁ ଆଶଙ୍କାରେ ରହିଛନ୍ତି। ଏଭଳି ସ୍ଥିତିରେ ଯଦି ପୁଣି ତାଙ୍କ ଖାତାକୁ ଟଙ୍କା ନ ଆସେ, ତେବେ ସେମାନେ କ’ଣ କରିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାରମ୍ବାର ଆଶ୍ୱାସନା ଦେଉଛନ୍ତି। ହେଲେ କିଛି ମହିଳା ଦ୍ୱନ୍ଦରେ ଅଛନ୍ତି। କାରଣ ପରିବାରର କେହି କେହି ଟଙ୍କା ପାଇଥିବା ବେଳେ ଜଣେ ଜଣେ ବାଦ୍‌ ପଡ଼ିଛନ୍ତି। ଏକା ସହ ଆବେଦନ କରିଥିଲେ ହେଁ ସୁଭଦ୍ରା ଟଙ୍କା ତାଙ୍କ ଆକାଉଣ୍ଟଙ୍କୁ ଆସିନାହିଁ। ତେଣୁ ସେମାନଙ୍କୁ କାଲି ଟଙ୍କା ନ ଆସିଲେ, ପୁଣି କେବେ ମିଳିବ ତାହାକୁ ନେଇ ପ୍ରଶ୍ନ ଉଠୁଛି।

କହିବାକୁ ଚାହିଁବୁ ଯେଉଁମାନେ ଜନସେବା କେନ୍ଦ୍ରରେ ଆବେଦନ କରିବା ପରେ ଏକ ରସିଦ ପାଇଛନ୍ତି ସେମାନଙ୍କୁ ଦ୍ୱିତୀୟ ଥର ଆବେଦନ କରିବାର ଆବଶ୍ୟକତା ନାହିଁ। କାରଣ ସେମାନଙ୍କ ଆବେଦନ ବିଚାରଧୀନ ଅଛି। ଏଣୁ ଦ୍ୱିତୀୟ ଥର ରେଜିଷ୍ଟ୍ରେଶନ କରିବାର ଫାଇଦା ନାହିଁ।

Leave A Reply

Your email address will not be published.