ହିନ୍ଦୁଙ୍କୁ ଭାଗଭାଗ କରିବାକୁ ଚାହୁଁଛି କଂଗ୍ରେସ: ଗିରିରାଜ

0

ନୂଆଦିଲ୍ଲୀ (ଆମ ଟିଭି): ହିନ୍ଦୁଙ୍କୁ ଜାତି ଆଧାରରେ ବାଣ୍ଟିବା ପାଇଁ ରାଜନୀତି ଗତ କିଛି ଦିନ ଧରି ଜୋର ଧରିବାର ଲାଗିଛି। ଏହା ସେହି ରାଜନୀତି ଯାହାର ରକ୍ତ ଲୋକସଭା ନିର୍ବାଚନ ବେଳୁ କଂଗ୍ରେସ ମୁହଁରେ ଲାଗିସାରିଛି। ସେଇଥିପାଇଁ ତ ଗତ ହରିୟାଣ ବିଧାନସଭା ନିର୍ବାଚନରେ ବି ତାର ପ୍ରଭାବ ଦେଖିବାକୁ ମିଳିଲା। ଆଗକୁ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଦିଲ୍ଲୀ ଓ ବିହାରରେ ନିର୍ବାଚନ ହେବାକୁ ଯାଉଛି। ତେଣୁ ଜାତି ନାଁରେ ହିନ୍ଦୁ ଏକତାକୁ ଭାଙ୍ଗିବା ବାଲା ଏହି ରାଜନୀତି ଅଧିକ ଆକ୍ରାମକ ହେବା ପୂର୍ବରୁ ହିନ୍ଦୁ ସମାଜକୁ ସତର୍କ କରାଇବାକୁ ଅଣ୍ଟା ଭିଡ଼ିଛି ବିଜେପି। ଜାତି ରାଜନୀତିର କାଟ ପାଇଁ ଆକ୍ରାମକ ରଣନୀତିର ଆବଶ୍ୟକତା ରହିଛି। ସେଥିପାଇଁ ତ ବିଧାନସଭା ନିର୍ବାଚନ ଫଳ ଆସିବା ପୂର୍ବରୁ ହିଁ ନିଜେ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗକୁ ଉଠାଇଛନ୍ତି । ପିଏମ୍ ମୋଦି ହିନ୍ଦୁ ଏକତା କଥା ଏଥିପାଇଁ କହୁଛନ୍ତି କାରଣ ତାଙ୍କୁ କ୍ଷମତାରୁ ହଟାଇବା ଚକ୍କରରେ ବିରୋଧୀ ହିନ୍ଦୁଙ୍କୁ ଜାତି ଆଧାରରେ ବାଣ୍ଟିବାରେ ଲାଗିଛନ୍ତି। ସେମାନେ ଏକଥା ଭୁଲି ଯାଇଛନ୍ତି ଯଦି ହିନ୍ଦୁ ସମାଜ ବିଭାଜିତ ହୋଇଯିବ ଭାରତକୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ।

ସେଇଥିପାଇଁ ତ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ନିକଟରେ ରାଜସ୍ଥାନରେ ସମାନ ପ୍ରସଙ୍ଗ ଉଠାଇ ଦେଶର ସୁରକ୍ଷା ପାଇଁ ହିନ୍ଦୁଙ୍କୁ ଏକଜୁଟ୍ ହେବାକୁ ଆହ୍ବାନ ଦେଇଥିଲେ। କାହିଁକି ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ଯାଏ ସମସ୍ତେ ହିନ୍ଦୁ ଏକତା ଉପରେ ଜୋର ଦେଉଛନ୍ତି। ହିନ୍ଦୁଙ୍କ ଉପରେ ଏପରି କେଉଁ ବିପଦ ଆସିବାକୁ ଯାଉଛି। ମୋହନ ଭାଗବତ ଜାଣିଛନ୍ତି ଯେପର୍ଯ୍ୟନ୍ତ ଭାରତରେ ହିନ୍ଦୁ ଏକ ରହିବେ ଭାରତ ସୁରକ୍ଷିତ ରହିବ। ଆଉ ଯଦି ହିନ୍ଦୁ ଭାଷା, ଜାତି, ପ୍ରଦେଶ ନାଁରେ ବିଭାଜିତ ହୋଇଯିବେ ତାହାଲେ ଭାରତର ସୁରକ୍ଷା ବିପଦରେ ପଡ଼ଯିବ। ସେଥିପାଇଁ ତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରମ୍ବାର ହିନ୍ଦୁ ସମାଜକୁ କହୁଛନ୍ତି ବଟୋଗେ ତୋ କଟୋଗେ। ଏବେ ଆଉ ଦୁଇ ପାଦ ଆଗକୁ ବଢି ଖାସ୍ ହିନ୍ଦୁ ସମାଜକୁ ଏକଜୁଟ କରିବା ଉଦ୍ଦେଶ୍ୟରେ ହିନ୍ଦୁ ସ୍ବାଭିମାନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ଖାଲି ସେତିକି ନୁହେଁ ଭାରତ ପାକିସ୍ତାନ ବିଭାଜନ ସମୟରୁ ହିଁ ହିନ୍ଦୁ ଏକତା ଭାଙ୍ଗିବାକୁ କିଭଳି ଷଡ଼ୟନ୍ତ୍ର ହୋଇଥିଲା ତାର ଉଦାହରଣ ଦେଇଛନ୍ତି ଗିରିରାଜ। ଗିରିରାଜଙ୍କ ଏହି ହିନ୍ଦୁ ସ୍ବାଭାମାନ ଯାତ୍ରା ଜାତି ରାଜନୀତି ଆଧାରରେ ବଞ୍ଚି ରହିଥିବା ରାଜନୈତିକ ଦଳଙ୍କୁ ସହ୍ୟ ହେବ କେମିତି ।

Leave A Reply

Your email address will not be published.