ମନ୍ତ୍ରୀଙ୍କ ବଡ଼ ଘୋଷଣା: ପୁଣି ଓଡ଼ିଶା ଆସିବ ୫ ବାଘୁଣୀ

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ବାଘ ବଂଶ ବିସ୍ତାର ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ କିଛିଦିନ ତଳେ ମହାରାଷ୍ଟ୍ରରୁ ଏକ ମହାବଳ ବାଘୁଣୀ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି। ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ବାଘୁଣୀଙ୍କୁ ଅଣାଯାଇଛି। ଏଭଳି ସ୍ଥିତିରେ ଓଡ଼ିଶାକୁ ପୁଣି ୫ଟି ବାଘୁଣୀ ଆସିବ ବୋଲି ମଙ୍ଗଳବାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ କରିଛନ୍ତି। କମ୍‌ ଦିନ ମଧ୍ୟରେ ପୁଣି ମହାରାଷ୍ଟ୍ରରୁ ଓଡ଼ିଶାକୁ ବାଘୁଣୀ ଆସିବ ବୋଲି ମନ୍ତ୍ରୀ କହିଛନ୍ତି।

୨୦୨୪ରେ କରାଯାଇଥିବା ରାଜ୍ୟସ୍ତରୀୟ ବାଘ ଜନଗଣନା ଅନୁଯାୟୀ, ଓଡିଶାରେ ସମୁଦାୟ ୨୭ଟି ରୟାଲ ବେଙ୍ଗଲ ବାଘ ଦେଖିବାକୁ ମିଳିଥିଲା, ସେଥିମଧ୍ୟରୁ ୨୪ଟି ଶିମିଳିପାଳ ଟାଇଗର ରିଜର୍ଭରେ, ଗୋଟିଏ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନରେ, ଗୋଟିଏ ପାରଳାଖେମୁଣ୍ଡି ଏବଂ ଗୋଟିଏ ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନରେ ଦେଖିବାକୁ ମିଳିଥିଲା। ଏହି ପୃଥକ ଭାବରେ, ଗଣନା ସମୟରେ ଶିମିଳିପାଳରେ ୮ ଟି ବେଙ୍ଗଲ ଟାଇଗର ଛୁଆ ଦେଖାଯାଇଥିଲେ।

Leave A Reply

Your email address will not be published.