ବିଜେଡିରୁ ଇସ୍ତଫା ଦେବା ପରେ ବିସ୍ଫୋରକ ବୟାନ ଦେଲେ ସୁନନ୍ଦା, କହିଲେ ଅଫିସର ବାଣ୍ଟୁଥିଲେ ଟିକେଟ

0

ବିଜେଡିରୁ ଇସ୍ତଫା ଦେବା ପରେ ସୁନନ୍ଦା ଦାସ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅଫିସର ମାନେ ବିଜେଡି ଟିକେଟ ବାଣ୍ଟୁଥିଲେ। ଡିଏସ କୁଟ୍ଟେ ଓ ଆଶିଷ ସିଂହଙ୍କୁ ଦେଖା କରିବାକୁ କୁହାଯାଇଥିଲା। ମୁଁ ମଧ୍ୟ ସେମାନଙ୍କୁ ଟିକେଟ ପ୍ରସଙ୍ଗରେ ଦେଖା କରିଥିଲି। ପାଣ୍ଡିଆନ ମଧ୍ୟ ଡାକିଥିଲେ, ନବୀନ ନିବାସ ଯାଇଥିଲି। ମୁଁ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇଲିନି ବୋଲି ଟିକେଟ କଟିଛି ବୋଲି କହିଥିଲେ।

ସୁନନ୍ଦା ଆହୁରି କହିଛନ୍ତି, ନେତାଙ୍କୁ ଅଣଦେଖାରୁ ବିଜେଡି ହାରିଛି। ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା। ମାତ୍ର ଟିକେଟ ବାଣ୍ଟିବା ବେଳେ ସେମାନେ ସେପରି କଲେ ନାହିଁ। ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ସେତେବେଳେ କହିଥିଲି। ପ୍ରଭୁ ଜଗନ୍ନାଥ ଠିକ ବିଚାର କରିଛନ୍ତି, ମୁଁ ମଧ୍ୟ ଦେଖାକରି ଆସିଛି।

ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ୫ ମାସ ହେଲା ଦଳରେ ଅଣଦେଖା ହୋଇ ରହିଥିବା ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ସୁନନ୍ଦା ଦାସ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟକ ହୋଇଥିଲେ। ତେବେ ୨୦୨୪ ନିର୍ବଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନ ଥିଲା। ତାଙ୍କ ବଦଳରେ ଭାଜପା ଛାଡି ଆସିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ ଦେଇଥିଲା ବିଜେଡି।

Leave A Reply

Your email address will not be published.