ହଠାତ୍ ବଦଳିଲା ପାଗ; ଟ୍ବିନ୍ ସିଟିରେ ପ୍ରବଳ ବର୍ଷା

0

କଟକ/ଭୁବନେଶ୍ୱର(ଆମ ଟିଭି): ମାସର ପ୍ରଥମ ଦିନରେ ବର୍ଷାରେ ଭିଜିଛି ଟ୍ବିନ୍‌ ସିଟି କଟକ-ଭୁବନେଶ୍ୱର। ସକାଳୁ ସକାଳୁ ଏହି ଦୁଇ ସହରରେ ପ୍ରବଳ ବର୍ଷା ହୋଇଛି। ଫଳରେ ଜନଜୀବନ ବ୍ୟାହତ ହୋଇପଡ଼ିଛି। ଭୋର୍‌ରୁ ପାଗ ଭଲ ଥିବାବେଳେ ହଠାତ୍‌ ବର୍ଷା ଆରମ୍ଭ ହୋଇଛି। ଏବେ ବି ବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି।

Fresh low-pressure area triggers heavy rain in Odisha | Bhubaneswar News - The Indian Express

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୩ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ସୂଚନାରୁ ଜଣାପଡ଼ିଛି।

Leave A Reply

Your email address will not be published.