ପୁଣି ବଢିଲା Amul Milkର ଦାମ୍: ଜାଣନ୍ତୁ କେତେ?

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବଢିଲା ଅମୁଲ ମିଲ୍କର ଦାମ୍ । ଗତ ମାସରୁ ଦୁଗ୍ଧ ଜାତୀୟ ଉତ୍ପାଦ ଉପରେ ଜିଏସଟି ଲାଗୁର ପ୍ରଭାବ ଦେଖିବାକୁ ମିଳିଛି । ଆଉ ଏବେ ଦେଶର ସବୁଠୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଅମୂଲ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । ବୁଧବାର ଠାରୁ ଅମୂଲ କ୍ଷୀରର ଲିଟର ପିଛା ୨ ଟଙ୍କା ମହଙ୍ଗା ହେବ ।

ଗୁଜରାଟ ସହ ସମଗ୍ର ଭାରତରେ ୧୭ ଅଗଷ୍ଟଠାରୁ ଅମୂଲ ମିଲ୍କର ମୂଲ୍ୟ ମହଙ୍ଗା ହୋଇଯିବ । ଗୁଜରାଟ କୋଅପରେଟିଭ ମିଲ୍କ ମାର୍କେଟିଙ୍ଗ୍ ଫେଡେରେସନ କ୍ଷୀର ମୂଲ୍ୟ ବୃଦ୍ଧି ନେଇ ଘୋଷଣା କରିଛି । ନୂଆ ଦର ଅନୂଯାୟୀ ଏବେ ୫୦୦ ଏମଏଲ ଅମୂଲ ଗୋଲ୍ଡ ବଢ଼ି ୩୧ ଟଙ୍କା ହୋଇଯିବ । ୫୦୦ ଏମଏଲ ଅମୂଲ ତାଜାର ରେଟ୍ ବଢି଼ ୨୫ ଟଙ୍କା ଏବଂ ୫୦୦ ଏମଏଲ ଅମୂଲ ଶକ୍ତି ପ୍ୟାକେଟ୍ ୨୮ ଟଙ୍କାରେ ମିଳିବ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଅମୂଲ କମ୍ପାନୀ ୧ ମାର୍ଚ୍ଚ ୨୦୨୨ରେ କ୍ଷୀର ମୂଲ୍ୟରେ ୨ ଟଙ୍କା ବୃଦ୍ଧି କରିଥିଲା ଲିଟର ପିଛା । ସେହି ସମୟରେ କମ୍ପାନୀ କହିଥିଲା ଯେ ମହଙ୍ଗା-ପେଟ୍ରୋଲ ଡିଜେଲ ଯୋଗୁଁ ଦାମ ବୃଦ୍ଧି କରାଯାଉଛି । ମଦର ଡେୟରୀ ମଧ୍ୟ କ୍ଷୀରର ଦାମ୍ ୨ ଟଙ୍କା ବୃଦ୍ଧି କରିଛି । ବର୍ଦ୍ଧିତ ଦର ବୁଧବାର ଠାରୁ ଲାଗୁ ହୋଇଯିବ ।

 

Leave A Reply

Your email address will not be published.