ଭୁବନେଶ୍ୱର ବିମାନ ବନ୍ଦରରେ ବୋମା ଆତଙ୍କ: ଧମକ ପରେ ବିମାନର ଜରୁରୀ ଅବତରଣ

0

ଭୁବନେଶ୍ୱର (ଆମ ଟିଭି ):  ବିମାନରେ ବୋମା ଆତଙ୍କ। ଭୁବନେଶ୍ୱର ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବେଳେ କଲା ଜରୁରୀ ଅବତରଣ। ବିମାନରେ ବୋମା ଥିବା ନେଇ ଧମକ ମିଳିଥିଲା। ସୂଚନା ପାଇବା କ୍ଷଣି ତୁରନ୍ତ ବିମାନକୁ ଜରୁରୀ ଅବତରଣ କରିଥିଲେ ପାଇଲଟ।

ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବୋମା ଆତଙ୍କ ପରେ ବିମାନରେ ତଲାସୀ ଆରମ୍ଭ କରିଛନ୍ତି ସୁରକ୍ଷାକର୍ମୀ। ଗତ କିଛି ଦିନ ହେବ ଲଗାତାର ବିଭିନ୍ନ ବିମାନକୁ ବୋମା ଧମକ ମିଳି ଆସୁଛି। ଯାହାଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Leave A Reply

Your email address will not be published.