ଦୀପାବଳିରେ ବାଣ ନିଷେଧାଦେଶ କାର୍ଯ୍ୟକାରୀ ହୋଇନି; ଜବାବ ମାଗିଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏହା ସତ୍ତ୍ୱେ ଦୀପାବଳି ପରେ ରାଜଧାନୀ ବିଶ୍ୱର ସବୁଠୁ ପ୍ରଦୂଷିତ ସହରରେ ପରିଣତ ହୋଇଥିବାରୁ ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀ ସରକାର ଏବଂ ପୋଲିସ କମିଶନରଙ୍କୁ ଜବାବ ମାଗିଛନ୍ତି। ବାଣ କଟକଣାର ଅନୁପାଳନ କରାଯାଇ ନ ଥିବାରୁ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଚଳିତବର୍ଷ ବାଣ ନିଷେଧାଦେଶ କାର୍ଯ୍ୟକାରୀ କରିବାକୁ କ’ଣ ସବୁ ପଦକ୍ଷେପ ନିଆଯାଇଥିଲା ଏବଂ ଆସନ୍ତାବର୍ଷ ଏହାର ଅନୁପାଳନକୁ ସୁନିଶ୍ଚିତ କରିବା ନିମନ୍ତେ କ’ଣ ପ୍ରସ୍ତାବ ରହିଛି, ତାହା ସପ୍ତାହକ ମଧ୍ୟରେ ସତ୍ୟପାଠ ଜରିଆରେ ଜଣାଇବାକୁ ସର୍ବୋଚ୍ଚ ଅଦାଲତ ଆପ୍‌ ସରକାର ଏବଂ ଦିଲ୍ଲୀ ପୋଲିସ କମିଶନରଙ୍କୁ କହିଛନ୍ତି।

ଜଷ୍ଟିସ୍‌ ଅଭୟ ଏସ୍‌. ଓକା ଏବଂ ଅଗଷ୍ଟାଇନ୍‌ ଜର୍ଜ ମସିହଙ୍କ ଖଣ୍ଡପୀଠ ବିଭିନ୍ନ ଖବରକାଗଜ ରିପୋର୍ଟ ଦେଖାଇ ଅଦାଲତଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରାଯାଇଥିବା କହିଥିଲେ। ସେହିପରି ଅକ୍ଟୋବର ମାସର ଶେଷ ୧୦ ଦିନରେ କେତେ ନଡ଼ା ପୋଡ଼ି ଘଟଣା ଘଟିଛି, ତାହାର ସବିଶେଷ ରିପୋର୍ଟ ୧୪ ତାରିଖ ସୁଦ୍ଧା ଦେବା ନିମନ୍ତେ ଖଣ୍ଡପୀଠ ପଞ୍ଜାବ ଓ ହରିୟାଣା ସରକାରଙ୍କୁ କହିଛନ୍ତି। ବାଣ ନିଷେଧାଦେଶର ଉଲ୍ଲଂଘନ କରିଥିବା ବ୍ୟକ୍ତିବିଶେଷ ଓ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ରହିଛି ବୋଲି ଖଣ୍ଡପୀଠ କହିଛନ୍ତି।

Leave A Reply

Your email address will not be published.