ଭଦ୍ରକରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼

0

ଭଦ୍ରକ (ଆମ ଟିଭି): ଭଦ୍ରକ-ବାଉଦପୁର ସେକ୍ସନ ଟ୍ରେନ୍‌ ଲାଇନ୍‌ ମଝିରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍‌ ଉପରକୁ କେତେକ ଦୁର୍ବୃତ୍ତ ଟ୍ରେନ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଗୁଳିଟି ଗାର୍ଡ ବଗିର ୱିଣ୍ଡୋ କାଚରେ ବାଜିଛି। ଗୁଳିକାଣ୍ଡରେ ୱିଣ୍ଡୋ କାଚ ଭାଙ୍ଗି ଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

ଅନ୍ୟପକ୍ଷେ ଟ୍ରେନ୍‌ଟି କିଛି ସମୟ ଅଟକି ରହିଥିବା ବେଳେ ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଦୁର୍ବୃତ୍ତମାନେ କେଉଁ ଉଦ୍ଦେଶ୍ୟରେ ଏହି ଗୁଳିକାଣ୍ଡ ଘଟାଇଛନ୍ତି ତାହା ସ୍ପଷ୍ଟ ଜଣାପଡି ନାହିଁ। ଘଟଣା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।

Leave A Reply

Your email address will not be published.