ରାଜନୀତିରୁ ସନ୍ୟାସ ନେବେ ଶରଦ ପାଓ୍ବାର! ବଡ଼ ସୂଚନା ଦେଇ କହିଲେ…

0

ମୁମ୍ବାଇ (ଆମ ଟିଭି): ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରର ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହି ସମୟରେ ଏନସିପି ନେତା ଶରଦ ପାୱାର ରାଜନୀତିରୁ ଅବସରକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ଅନ୍ୟପଟେ ଅଜିତ ପାୱାର ତାଙ୍କ ଅବସରକୁ ନେଇ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି।

ଏନସିପି-ଏସସିପି ମୁଖ୍ୟ ଶରଦ ପାୱାର ତାଙ୍କ ଅବସର ସମ୍ପର୍କରେ ସଂକେତ ଦେଇ କହିଛନ୍ତି ବର୍ତ୍ତମାନ ନୂଆ ଲୋକଙ୍କୁ ନିର୍ବାଚିତ କରି ଆଣିବା ଉଚିତ୍‌। ୮୪ ବର୍ଷ ବୟସରେ ମଧ୍ୟ ଶରଦ ପାୱାର ରାଜନୀତିରେ ବହୁତ ସକ୍ରିୟ ଅଛନ୍ତି।

ଅବସର ସମ୍ପର୍କରେ ସଂକେତ ଦେଇ ଶରଦ ପାୱାର କହିଛନ୍ତି ଯେ କୌଣସି ସ୍ଥାନରେ ଅଟକିବାକୁ ପଡ଼ିବ। ସେ କହିଛନ୍ତି, ମୁଁ ବର୍ତ୍ତମାନ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନାହିଁ। ବର୍ତ୍ତମାନ ମୋତେ ନିର୍ବାଚନକୁ ନେଇ ଅଟକିବାକୁ ପଡ଼ିବ ଏବଂ ନୂଆ ଲୋକଙ୍କୁ ଆଗକୁ ଆସିବାକୁ ପଡ଼ିବ ।

Leave A Reply

Your email address will not be published.