ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ

0

ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ସେ କହିଛନ୍ତି, ଗହମ ଆସିଛି କିନ୍ତୁ ସରକାରୀ ସ୍ତରରେ କାମ ସାରି ନଥିବାରୁ ଦୁଇ ମାସ ବିଳମ୍ୱ ହେବ। କିଛି ଲୋକ ଚାଉଳ ସହ ଗହମ ନେବାକୁ ଚାହୁଁ ନାହାନ୍ତି। ଆଉ କିଛି ଲୋକ ଗହମ ନେବାକୁ ଚାହୁଁଛନ୍ତି। କେଉଁ ଜିଲ୍ଲାରୁ କେତେ ହିତାଧିକାରୀ ଗହମ ଚାହୁଁଛନ୍ତି, ସେନେଇ ତାର ଡାଟା ମଗାଯାଇଛି। ସେହି ଅନୁସାରେ ପ୍ରତି ଜିଲ୍ଲାକୁ ଗହମ ପଠାଯିବ। ଏହି କାମ କେଉଁ କମ୍ପାନୀ ନେବ, ସେଥିପାଇଁ ଗୋଟିଏ ଟେଣ୍ଡର କରାଯିବ। ଏଥିପାଇଁ ଟିକିଏ ଡେରି ହେଉଛି। ହେଲେ ଜାନୁଆରୀ ମାସରୁ ଚାଉଳ ସହ ଗହମ ଦିଆଯିବ ବୋଲି ଆମେ ନିଷ୍ପତ୍ତି ନେଇଛୁ।

ମନ୍ତ୍ରୀ ଆହୁରି କହିଛନ୍ତି, ଇ-କେୱାଇସି କାମ ଚାଲିଛି। ୮୫ ପ୍ରତିଶତ ଇ-କେୱାଇସି କାମ ସରିଯାଇଛି। ଆଉ ୧୦ରୁ ୧୫ ପ୍ରତିଶତ କାମ ବାକି ରହିଛି। ସଂପୂର୍ଣ୍ଣ କାମ ସାରିବାକୁ ଆହୁରି ୧୫ ଦିନ ସମୟ ଲାଗିବ। ସେହିଭଳି ନଭେମ୍ବର ଶେଷ ସୁଦ୍ଧା ବରଗଡ଼ ସୋହେଲାରେ ଚାଷୀ ସମାବେଶ ହେବ। ଏନେଇ ମୁଖ୍ୟମନ୍ତ୍ରୀ ତାରିଖ ଘୋଷଣା କରିବେ। ମୁଖ୍ୟମନ୍ତ୍ରୀ ଯେଉଁ ତାରିଖ ଘୋଷଣା କରିବେ ସେହିଦିନ ଚାଷୀ ସମାବେଶ କରାଯିବ। ଏହି ସମାବେଶରେ ୧ ଲକ୍ଷରୁ ଅଧିକ ଚାଷୀ ଯୋଗ ଦେବେ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବ ସରକାର ସରକାର ୨୦୨୦-୨୧ ମସିହାରୁ ରାଜ୍ୟରେ ରାସନ କାର୍ଡ ହିତାଧିକାରୀଙ୍କୁ ସାଧାରଣବଣ୍ଟନ ବ୍ୟବସ୍ଥାରେ ଗହମ ଦେବା ବନ୍ଦ କରି ଦେଇଥିଲେ। ରାଜ୍ୟର ହିତାଧିକାରୀଙ୍କୁ କେବଳ ଚାଉଳ ଦେବା ପାଇଁ ସେତେବଳେ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.