ଜମ୍ମୁ-କଶ୍ମୀର ବିଧାନସଭାରେ ଦ୍ବିତୀୟ ଦିନରେ ବି ହାଇ ଭୋଲ୍‌ଟେଜ୍‌ ଡ୍ରାମା

0

ଜମ୍ମୁ-କଶ୍ମୀର ବିଧାନସଭାରେ ଗୁରୁବାର ଦିନ ଏକ ହାଇ ଭୋଲ୍‌ଟେଜ୍‌‌ ଡ୍ରାମା ଦେଖିବାକୁ ମିଳିବା ପରେ ଆଜି ମଧ୍ୟ ସେଇଭଳି ପରିସ୍ଥିତି ଉପୁଜିଛି। ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ସୋମବାର ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ଅଧିବେଶନରେ ଲଗାତର ଦ୍ବିତୀୟ ଦିନ ଗଣ୍ଡଗୋଳ ଉପୁଜିଥିବା ଦେଖିବାକୁ ମିଳିଛି। ଏପଟେ ବିଜେପି ନେତାମାନେ ‘ଭାରତ ମାତା କି ଜୟ’ ବୋଲି କହି ସ୍ଲୋଗାନ୍‌ ଦେଉଛନ୍ତି।

ଗତକାଲି ଧାରା ୩୭୦ ଲେଖାଥିବା ଏକ ପୋଷ୍ଟର ଦେଖାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଯାହାକୁ ବିଜେପି ବିଧାୟକମାନେ ବିରୋଧ କରିବାରୁ ମାରପିଟ୍ ଯାଏଁ କଥା ଯାଇଥିଲା। ଖୁର୍ସିଦ୍ ଅହମଦ ସେଖ ଏହି ପୋ‌ଷ୍ଟର୍‌ ଦେଖାଇଥିଲେ। ସେ ହେଉଛନ୍ତି ଜେଲ୍‌ ଦଣ୍ଡାଦେଶ ପାଇଥିବା ବାରମୁଲା ଲୋକସଭା ସାଂସଦ ଇଞ୍ଜିନିୟର୍‌ ରସିଦଙ୍କ ଭାଇ।

ବିଜେପି ଓ ଶାସକ ବିଧାୟକଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ବେଳେ ବାଚସ୍ପତି ବିଧାୟକ ଖୁର୍ସିଦ୍ ଅହମଦ ସେଖଙ୍କ ପକ୍ଷ ନେଉଥିବା ନେଇ ଅଭିଯୋଗ କରିଥିଲେ ବିରୋଧୀ ଦଳ ନେତା।

 

Leave A Reply

Your email address will not be published.