ଏକ୍ସପ୍ରେସ୍‌ ଟ୍ରେନ ଲାଇନଚ୍ୟୁତ: ଉଦ୍ଧାର ଜାରି

0

ନୂଆଦିଲ୍ଲୀ (ଆମ ଟିଭି):  ପଶ୍ଚିମବଙ୍ଗ: ସାଲିମାର-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ ଶନିବାର ସକାଳୁ ଲାଇନଚ୍ୟୁତ ହୋଇଛି। ହାୱଡ଼ା ନାଲପୁର ଷ୍ଟେଶନ ନିକଟରେ ଏହି ଘଟଣା ଘଟିଛି। ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।

ଏହି ଘଟଣାରେ ୧୫ଜଣ ଆହତ ହୋଇଛନ୍ତି। ମୃତାହତ ନେଇ କୌଣସି ସୂଚନା ମିଳିନାହିଁ। ଏହି ଦୁର୍ଘଟଣା ପାଇଁ ହେଲପ ଲାଇନ ନଂ ଜାରି କରାଯାଇଛି। ଖଡଗପୁର ଷ୍ଟେଶନ ପକ୍ଷରୁ ହେଲପ ଲାଇନ ନଂ- ୬୩୭୬୪ ଏବଂ ନଂ ୦୩୨୨୨୯-୩୭୬୪ ରହିଛି।

Leave A Reply

Your email address will not be published.