ହେମନ୍ତ ସୋରେନ ବ୍ୟକ୍ତିଗତ ସଚିବଙ୍କ ଘରେ ଆୟକର ଚଢ଼ାଉ ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ସଚିବ ସୁନୀଲ ଶ୍ରୀବାସ୍ତବଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୁନୀଲ ହେମନ୍ତଙ୍କର ଅତ୍ୟନ୍ତ ଘନିଷ୍ଠ। ଟିକସ ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଆୟକର ବିଭାଗର ୯ଟି ଟିମ୍ ସୁନୀଲଙ୍କ ରାଞ୍ଚି ଓ ଜାମସେଦପୁରଠାରେ ଥିବା ବିଭିନ୍ନ ଠିକଣାରେ ଥିବା ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଆଗକୁ ନିର୍ବାଚନ ଥିବାବେଳେ ଏହି ଚଢ଼ାଉକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଚଳିତ ନିର୍ବାଚନରେ ହେମନ୍ତ ସୋରେନଙ୍କ ନେତୃତ୍ଵାଧୀନ ଜେଏମଏମ ଦଳ କଂଗ୍ରେସ, ଆରଜେଡି ଏବଂ ବାମ ଦଳକୁ ନେଇ ମେଣ୍ଟ ଗଠନ କରି ନିର୍ବାଚନ ଲଢ଼ୁଛନ୍ତି। ସେପଟେ ବିଜେପି ନେତୃତ୍ଵାଧୀନ ଏନଡିଏ ମଧ୍ୟ କ୍ଷମତାକୁ ଫେରିବାକୁ ଜୋରଦାର ଉଦ୍ୟମ ଚଳାଇଛି।