ମୁଖ୍ୟମନ୍ତ୍ରୀ ଚୌକି ଉପରେ ବିଜେଡିର ଆଖି । ଗତ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡିର ଯାଉନି କ୍ଷମତା ନିଶା । ଦଳର ଜଣେ ପରେ ଜଣେ ନେତା ବିଜେପି ସରକାରକୁ ସମାଲୋଚନା କରୁଛନ୍ତି । ଏହି କ୍ରମରେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ସରକାର ଗଠନ ପାଇଁ ସଂଖ୍ୟା ଗଣିତ କଥା କହିଛନ୍ତି ।
ବିଜେଡିର ୫୧, କଂଗ୍ରେସର ୧୪ ଓ ସ୍ବାଧୀନର ୩ ବିଧାୟକଙ୍କ କଥା କହି ରାଜ୍ୟବାସୀ ପୁଣିଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତୁତ ହୋଇସାରିଲେଣି ବୋଲି କହିଛନ୍ତି । ପୂର୍ବରୁ ଦେବାଶିଷ ସାମନ୍ତରାୟ, ମୁନା ଖାଁ ଓ ଅମର ପଟ୍ଟନାୟକ ମଧ୍ୟ ବିଜେଡି ସରକାର ଗଠନ ନେଇ ଦମ୍ଭୋକ୍ତି ଦେଖାଇଥିଲେ । ଏବେ ଅତନୁଙ୍କ ବୟାନର ଜବାବ ରଖିଛି ବିଜେପି ।
ବିଧାୟକ ସରୋଜ ପାଢୀ କହିଛନ୍ତି, ୨୭ ଜଣ ବିଜେଡି ବିଧାୟକ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଓ କଥାବାର୍ତ୍ତା ଚାଲିଛି । ୩ ଦିନ ତଳେ ଏହି ବିଜେଡି ବିଧାୟକ ମାନେ ଏକାଠି ହୋଇଥିଲେ ।