ପୁଣିଥରେ ପାଦ ଛୁଇଁବାକୁ ଗଲେ ନୀତିଶ, ହାତ ଧରିପକାଇଲେ ମୋଦି

0

ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁବାକୁ ଗଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବିହାରର ଦରଭଙ୍ଗାଠାରେ ରାଜ୍ୟର ଦ୍ୱିତୀୟ ଏମ୍ସର ଶିଳାନ୍ୟାସ ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ଯାଇଥିଲେ ନୀତିଶ କୁମାର। ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସମେତ ଜେଡିୟୁ ଓ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ରାଜ୍ୟରେ ଦ୍ୱିତୀୟ ଏମ୍ସର ଶିଳାନ୍ୟାସରେ ଅତ୍ୟଧିକ ଖୁସି ହୋଇ ନୀତିଶ ସିଧା ଯାଇ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ। ଏହି ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବିହାରରେ ଦ୍ୱିତୀୟ ଏମ୍ସ (AIIMS)ର ଶିଳାନ୍ୟାସ କରିଛନ୍ତି। ଦରଭଙ୍ଗାଠାରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ଭାଷଣରେ ଦୀର୍ଘ ସମୟ ଧରି ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ। ଏହାପରେ ଭାଷଣ ଶେଷ କରିବା ପରେ ସେ ନିଜ ଆସନକୁ ଫେରୁଥିଲେ। ଏହି ସମୟରେ ନୀତିଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଆସି ତାଙ୍କ ପାଦ ଛୁଇଁବାକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ସଙ୍ଗେ ସଙ୍ଗେ ଛିଡ଼ା ହୋଇ ନୀତିଶ କୁମାରଙ୍କ ଦୁଇ ହାତ ଧରି ଅଭିବାଦନ ଜଣାଇଥିଲେ। ଏହି ଦୃଶ୍ୟ ଦେଖି ମଞ୍ଚରେ ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ହସିବା ସହ ଜୋରରେ କରତାଳି ଦେଇଥିଲେ।

Leave A Reply

Your email address will not be published.