କଟକ ବାଲିଯାତ୍ରାରେ ‘ରାଣ୍ଡି ପୁଅ ଅନନ୍ତା’ର ପ୍ରଚାର ଆରମ୍ଭ
କଟକ (ଆମ ଟିଭି); ଖାଣ୍ଟି ଓଡ଼ିଆ ସଂସ୍କୃତିର ପ୍ରତୀକ ବାଲିଯାତ୍ରା ରେ ବ୍ୟାସକବି ଶ୍ରୀ ଫକୀର ମୋହନ ସେନାପତିଙ୍କ କାଳଜୟୀ ସୃଷ୍ଟି “ରାଣ୍ଡୀ ପୁଅ ଅନନ୍ତା” ଅବଲମ୍ବନରେ ତିଆରି ନୂଆ ସିନେମାର ପ୍ରଚାର ଆରମ୍ଭ ହୋଇଛି। ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା ରେ ଆଜି “ଅନନ୍ତା Zone” ଉନ୍ମୋଚିତ ହୋଇଛି, କିଛି ମଜାଦାର Contest ମାଧ୍ୟମରେ ବାଲିଯାତ୍ରା ରେ ବୁଲୁଥିବା ଲୋକଙ୍କୁ ମିଳିବା ଆରମ୍ଭ ହେଇ ଯାଇଛି “ମୁଁ ବି ଅନନ୍ତା” ଓ “ଆଜିର ଅନନ୍ତା” AWARD।

ଅନନ୍ତା Zone କୁ ଖୋଜି ପହଞ୍ଚନ୍ତୁ ଓ ନିଶ୍ଚୟ ସାମିଲ୍ ହୁଅନ୍ତୁ ଅନନ୍ଧାର ପରିବାର ରେ ବୋଲି ଅଭିନେତା ସବ୍ୟସାଚୀ ଜନସାଧାରଣଙ୍କୁ ଅନୁରୋଧକରିଛନ୍ତି. ଉପର ବାଲିଯାତ୍ରା ପଡିଆ, ବାରବାଟି ଦୁର୍ଗ gate ପାଖରେ, ଲେନ ୧, ମଧୁକୁଞ୍ଜ ଧୂପକାଠି ଓ ଏଭରଗ୍ରୀନ୍ ଚା ଷ୍ଟଲ୍ ପାଖରେ ଏହି ଅନନ୍ତା ର ସେଲଫି ଜୋନ୍ ଅକର୍ଷଣ ର ଏକ କେନ୍ଦ୍ରବିନ୍ଦୁ ପାଲଟିଛି.