ନବୀନଙ୍କୁ ଘାରିଛି ବିଜେପି ଭୟ !

0

ନିର୍ବାଚନ ପରାଜୟ ପରଠାରୁ ବିଜେଡି ଘର ଅସଜଡ଼ା ହୋଇପଡିଛି । ପରିସ୍ଥିତି ଏମିତି ହୋଇଛି ଯେ, ନବୀନ ଆଉ କାହାକୁ ଭରଷା କରିପାରୁ ନାହାନ୍ତି । ଏଭଳି ସଙ୍କେତ ମିଳିଛି ଶୁକ୍ରବାର ନବୀନ ନିବାସରେ ବସିଥିବା ସଂସଦୀୟ ଦଳ ବୈଠକରୁ । ଶୁକ୍ରବାର ସଂଧାରେ ୬ ସଂସାଦଙ୍କୁ ନେଇ ବସିଥିବା ବୈଠକରେ ବେଶ କୋଠର ଆଭିମୁଖ୍ୟ ଦେଖାଇଛନ୍ତି ବିଜେଡି ସୁପ୍ରିମୋ।

ଫସିଲା ପରେ ଚେତିଲେ 
ଦାୟିତ୍ବ ନେବାକୁ ଆଗେଇ ଆସିଲେ ନବୀନ

ପୂର୍ବରୁ ଦଳ ଛାଡିଥିବା ଦୁଇ ସାଂସଦ ନବୀନଙ୍କୁ ସିଧାସଳଖ ଭେଟ କରି ପାରୁନଥିବା ଅଭିଯୋଗ ଆଣି ବର୍ଷିଥିଲେ । ଏମିତି କି ନବୀନ ଅନ୍ୟ ଇସାରାରେ ପରିଚାଳିତ ହେଉଥିବା କହିଥିଲେ । ତେଣୁ ଆଗକୁ କେମିତି ଏହାର ପୁନରାବୃତ୍ତି ନହେବ ସେଥିପାଇଁ ଏହି ରଣନୀତି କରିଥିବା ଚର୍ଚ୍ଚା ହେଉଛି । ଏହାରି ଭିତରେ ମମତା ମହନ୍ତ ଓ ସୁଜିତ କୁମାରଙ୍କ ପରେ ଆଉ କିଏ ବିଜେପି ଲିଙ୍କରେ ରହିଛନ୍ତି ଏହାକୁ ନେଇ ସନ୍ଦେହ ବଢୁଛି । ଫଳରେ ହାତରେ ଥିବା ମାତ୍ର ୬ ସାଂସଦ କିପରି ଦଳ ନଛାଡିବେ ସେଥିପାଇଁ ଅଧିକ ସଜାଗ ହୋଇଛନ୍ତି ବିଜେଡି ସଭାପତି । ନବୀନଙ୍କୁ ଭେଟିବା ପାଇଁ ପୂର୍ବରୁ ଥିବା କଟକଣା ଆଉ ରହିବ ନାହିଁ ବୋଲି ସଂସଦୀୟ ଦଳ ବୈଠକରେ ସ୍ପଷ୍ଟ କରିଦେଇଛନ୍ତି ।

ନିର୍ବାଚନ ପୂର୍ବରୁ ମଧ୍ୟ ବିଜେଡି ଛାଡ଼ିଥିବା ଏକାଧିକ ନେତା ସେହି ସମାନ କଥା କହିଥିଲେ । ନିଜ ସମସ୍ୟା ଓ ଅସନ୍ତୋଷ ଜଣାଇବାକୁ ନବୀନଙ୍କୁ ଭେଟିବାର ସୁଯୋଗ ମିଳିନଥିବା ଖୋଲାଖୋଲି ଗଣମାଧ୍ୟମରେ ଅଭିଯୋଗ କରିଥିଲେ । ତେଣୁ ଚର୍ଚ୍ଚା ହେଉଥିଲା ନେତା ଓ ନବୀନଙ୍କ ଭେଟଘାଟରେ କିଏ ପାଲଟୁଛି ବାଧକ । ଲୋକସଭାରେ ଦଳର ଜଣେ ବି ସଦସ୍ୟ ନଥିବା ବେଳେ ରାଜ୍ୟସଭାରେ ମାତ୍ର ୬ ସାଂସଦଙ୍କୁ ନେଇ ଲଢେଇ କରିବ ବିଜେଡି । କେନ୍ଦ୍ର ବିରୋଧୀ ନାରାକୁ ଜୋରସୋରରେ ଉଠାଇବାକୁ ରଣନୀତି ହୋଇଥିବାବେଳେ ଦଳୀୟ ସାଂସଦଙ୍କୁ ପାଖରେ ରଖିବା ନବୀନଙ୍କ ପାଇଁ ଏବେ ବଡ ଆହ୍ବାନ ହୋଇଛି ।

Leave A Reply

Your email address will not be published.