ଭୁବନେଶ୍ୱର(ଆମ ଟିଭି): ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାଁରେ ଯୋଡ଼ି ହେଲା ଆଉ ୩ ମାମଲା । ଆଉ ୩ଟି ମାମଲା ରୁଜୁ କଲା ଯାଜପୁର ଟାଉନ ଥାନା ପୋଲିସ । ଟାଉନ ଥାନା ଘେରାଉ, ହାଟ ନିକଟରେ ରାସ୍ତାରୋକ ନେଇ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।
ସୂଚନା ଯୋଗ୍ୟ; ବିରଜା ହାଟକୁ ନେଇ ସ୍ଥାନାନ୍ତରଣକୁ ନେଇ କିଛି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଏହି ସମୟରେ ଯାଜପୁର ଥାନା ବାଲିପଦାର ପରିବା ବ୍ୟବସାୟୀ ମଦନ ନାଏକ ପରିବା ଝୁଡି ଧରି ମାର୍କେଟକୁ ଯାଇଥିଲେ । ସେହି ସମୟରେ ପରିବା ବ୍ୟବସାୟୀଙ୍କୁ ଧମକ ଦେବା, ତାଙ୍କ ପରିବାପତ୍ର ନଷ୍ଟ କରିଦେବା ତଥା ମାଡ ମାରି ତାଙ୍କ ଠାରୁ ଟଙ୍କା ଛଡେଇ ନେଇଯିବା ଅଭିଯୋଗରେ ଭବ ଓ ତାଙ୍କର ସହଯୋଗୀଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।
ଯାଜପୁର ଥାନା ବାଲିପଦାର ପରିବା ବ୍ୟବସାୟୀ ମଦନ ନାଏକଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ ଉଠାଇ ଆଣିଥିଲା ପୁଲିସ। ଏହ ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହା ପରେ ଆଜି ଟାଉନ ଥାନା ପୋଲିସ୍ ନିଜ ଆଡୁ ଆଉ ୩ ଟି ମାମଲା ରୁଜୁ କରିଛି