ମୁଖ୍ୟମନ୍ତ୍ରୀ ପଦ ବଦଳରେ ଏକନାଥଙ୍କୁ ମିଳିବ ତିନୋଟି ମନ୍ତ୍ରଣାଳୟ!
ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ଏଯାଏ ସ୍ଥିର ହୋଇନାହିଁ। ଯେକୌଣସି ସମୟରେ ବି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ। ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପରେ ଶପଥ ସମାରୋହ ପାଇଁ ଆରମ୍ଭ ହେବ ପ୍ରସ୍ତୁତି। ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ପଦ ବଦଳରେ ଏକନାଥ ସିନ୍ଦେଙ୍କୁ ତିନୋଟି ମନ୍ତ୍ରଣାଳୟର ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି।
କୁହାଯାଉଛି ଯେ ମହାୟୁତି ମେଣ୍ଟ ବୈଠକରେ ବିଜେପି ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କୁ ମନାଇ ନେଇଛି। ସେ ମୁଖ୍ୟମନ୍ତ୍ରୀ ରେସ୍ରୁ ପଛକୁ ହଟିଯାଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦ ବଦଳରେ କେନ୍ଦ୍ର ସରକାର ଏକନାଥ ସିନ୍ଦେଙ୍କୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦେବାକୁ ନିଷ୍ପତ୍ତି ନେଇଛି। ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଏକନାଥଙ୍କୁ ନଗର ଉନ୍ନୟନ ମନ୍ତ୍ରଣାଳୟ, ଜନସମ୍ପର୍କ ମନ୍ତ୍ରଣାଳୟ ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟର ଦାୟିତ୍ୱ ଦେଇପାରନ୍ତି।