‘ସୁଭଦ୍ରା’ ଯୋଜନାରେ ଝିଅମାନଙ୍କୁ ନେଇ ଆସିଲା ବଡ ଅପଡେଟ୍

0

ଭୁବନେଶ୍ୱର (ଆମ ଟିଭି):  ‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପଡ଼େଟ୍‌ । ‘ସୁଭଦ୍ରା’ ଯୋଜନାରେ ଝିଅମାନଙ୍କ ପାଇଁ ଆସିଲା ଖୁସି ଖବର । ଯେଉଁ ଝିଅମାନଙ୍କୁ ୨୧ ବର୍ଷ ପୁରିଥିବ ସେମାନେ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିପାରିବେ ।

ଏହା ବ୍ୟତୀତ ଯେଉଁମାନଙ୍କୁ ଚଳିତ ମାସରେ ୨୧ ବର୍ଷ ପୂରିଥିବ ସେମାନେ ମଧ୍ୟ ସୁଭଦ୍ରା ପାଇଁ ଆବେଦନ କରିପାରିବେ ଏହା ସହ ସୁଭଦ୍ରା ଟଙ୍କା ମଧ୍ୟ ପାଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ଅନ୍ୟପଟେ ଆଉ ୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ । ଯେଉଁଠି ଅଧିକ ସୁଭଦ୍ରା ଫର୍ମ ରିଜେକ୍ଟ ହୋଇଛି, ସେହି ସ୍ଥାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ତେବେ ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି । ସେହିପରି ଆସନ୍ତାକାଲି ମାଲକାନଗିରିରେ ଯାଞ୍ଚ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ସୁଭଦ୍ରା ଯୋଜନାରେ ଆବେଦନର ଆସିଛି ଡେଡ୍ ଲାଇନ୍ । ଆସନ୍ତା ବର୍ଷ ମାର୍ଚ୍ଚ ୭ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ ଆବେଦନକାରୀ । ମାର୍ଚ୍ଚ ୮ରେ ମହିଳା ଦିବସରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା । ୨୬ ନଭେମ୍ବରରେ ଏହି ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସୂଚନାଯୋଗ୍ୟ, ଏଯାବତ୍ ୮୦ ଲକ୍ଷ ୪୬ ହଜାର ହିତାଧିକାରୀଙ୍କୁ ମିଳି ସାରିଲାଣି ସୁଭଦ୍ରା ଟଙ୍କା । ଏଯାବତ୍ ୧ କୋଟି ୪୬ ଲକ୍ଷ ମହିଳା ପଞ୍ଜିକରଣ କରି ସାରିଛନ୍ତି । ସୁଭଦ୍ରା ଯୋଜନାରୁ ଅଯୋଗ୍ୟ ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କ ସମାଧାନ ହୋଇସାରିଛି । ଏବେ ସୁଦ୍ଧା କୋଟିଏ ୧୬ ହଜାର ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି ।

Leave A Reply

Your email address will not be published.