ରାଜଧାନୀ ଭୁବନେଶ୍ୱରରେ ଆଜି ହାଫ୍ ଡେ’ ସ୍କୁଲ
ରାଜଧାନୀ ଭୁବନେଶ୍ୱରରେ ଆଜି ହାଫ୍ ଡେ’ ସ୍କୁଲ। ଭୁବନେଶ୍ୱରରେ ଆଜି ଦିନ ଗୋଟାଏ ଯାଏଁ ଖୋଲା ରହିବ ସବୁ ସ୍କୁଲ୍। ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛି। ଟ୍ରାଫିକ କଟକଣା ଯୋଗୁ ଯାତାୟତ କରିବାରେ ପିଲାମାନେ ଅସୁବିଧାରେ ସମ୍ମୁଖୀନ ହେବେ। ଏହି ଆଶଙ୍କାରେ ଆଜି ହାଫ୍ ଡେ’ ସ୍କୁଲ କରାଯିବା ପାଇଁ ଘୋଷଣା ହୋଇଛି।