ଆରମ୍ଭ ହେଲା ଡିଜିପି ସମ୍ମିଳନୀ, ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ

0

ଭୁବନେଶ୍ବର (ଆମ ଟିଭି): ଭୁବନେଶ୍ବରରେ ଆରମ୍ଭ ହେଲା ଡିଜିପି ସମ୍ମିଳନୀ । ଲୋକସେବା ଭବନରେ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଏହି ଅବସରରେ ଉପସ୍ଥିତ ଅଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ତାଙ୍କ ସହ ଯୋଗ ଦେଇଛନ୍ତି ସମଗ୍ର ଦେଶର ଡିଜିପି ଓ ଆଇଜିପି ।

ରାଜଧାନୀରେ ୫୯ତମ ସର୍ବଭାରତୀୟ ପୋଲିସ ଡିଜି-ଆଇଜି ସମ୍ମିଳନୀରେ ଯୋଗ ଦେବାକୁ କିଛି ସମୟ ପୂର୍ବରୁ ଭୁବନେଶ୍ଵରରେ ପହଞ୍ଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ । ଏହି ଅବସରରେ କମିଶନରେଟ ପୋଲିସ ପକ୍ଷରୁ ବିମାନବନ୍ଦରରେ ଉଭୟଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ । ବୈଠକ ସରିବା ପରେ ଶାହ ଆଇପିଏସ୍ ମେସକୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.