ଡିସେମ୍ୱର ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ପୁଣି ବଢିଲା ଏଲପିଜି ସିଲିଣ୍ଡରର ଦର

0

ଡିସେମ୍ୱର ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ପୁଣି ବଢିଲା ଏଲପିଜି ସିଲିଣ୍ଡରର ଦର। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ୧୯ କିଲୋଗ୍ରାମ କମର୍ସି‌ଆଲ୍ ଏଲପିଜି ସିଲିଣ୍ଡର ପିଛା ୧୮ ଟଙ୍କା ବୃଦ୍ଧି କରାଯାଇଛି। ଏହାପୂର୍ବରୁ ନଭେମ୍ବର ପହିଲାରେ ମଧ୍ୟ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା। ତେବେ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି ।

ଯଦି ଆମେ ଡିସେମ୍ବର ପହିଲାରେ LPG ସିଲିଣ୍ଡର ମୂଲ୍ୟରେ କରାଯାଇଥିବା ପରିବର୍ତ୍ତନକୁ ଦେଖିବା, ତେବେ ଦିଲ୍ଲୀରୁ ମୁମ୍ବାଇ ଏବଂ କୋଲକାତା ଠାରୁ ଚେନ୍ନାଇ ପର୍ଯ୍ୟନ୍ତ ୧୦ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ଆଜି ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୧୮.୫୯ ଟଙ୍କା ହୋଇଛି, ଯାହା ଏପର୍ଯ୍ୟନ୍ତ ୧୮୦୨ ଟଙ୍କାରେ ଉପଲବ୍ଧ ଥିଲା।

Leave A Reply

Your email address will not be published.