ଆପରେ ଯୋଗଦେଲେ ବିଶିଷ୍ଟ ଶିକ୍ଷକ ଅବଧ ଓଝା

0

ବିଧାନସଭା ନିର୍ବାଚନ ମାହୋଲ ମଧ୍ୟରେ ଆପର ଶକ୍ତି ଦୃଢ ହୋଇଛି। ବିଶିଷ୍ଟ ଶିକ୍ଷକ ଅବଧ ଓଝା ଦଳରେ ଯୋଗ ଦେଇଛନ୍ତି। ଆଜି ସେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ମନିଷ ସିସୋଦିଆଙ୍କ ଉପସ୍ଥିରରେ ଆପରେ ସାମିଲ ହୋଇଛନ୍ତି।

ଦେଶର ଏକାଧିକ ଖ୍ୟାତିସମ୍ପନ୍ନ ଶିକ୍ଷକମାନଙ୍କ ମଧ୍ୟରୁ ଅବଧ ଓଝା ହେଉଛନ୍ତି ଅନ୍ୟତମ। ସେ UPSC ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କୁ ପାଠ ପଢାନ୍ତି। ଏହାବ୍ୟତୀତ ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷାଦାନ କରିବା ସହ ଜଣେ ମୋଟିଭେସନାଲ ସ୍ପିକର ଭାବେ ମଧ୍ୟ ଜଣାଶୁଣା। ସମଗ୍ର ଦେଶରେ, ବିଶେଷକରି ଯୁବପିଢିଙ୍କ ମଧ୍ୟରେ ଖୁବ୍ ପରିଚିତ ଅବଧ ଓଝା।

ତାଙ୍କ ଘର ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ। UPSC ପରୀକ୍ଷାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପରେ ସେ ଆହ୍ଲାବାଦର କୋଚିଂ ସେଣ୍ଟରରେ ଶିକ୍ଷାଦାନ ଆରମ୍ଭ କରିଥିଲେ। କୋଭିଡ ସମୟରେ ଅଫଲାଇନ୍ କ୍ଲାସ୍ ବନ୍ଦ ରହିବାରୁ ୟୁଟ୍ୟୁବରେ ପାଠପଢାଇ ଲୋକପ୍ରିୟତା ହାସଲ କରିଥିଲେ ପ୍ରବଧ।

Leave A Reply

Your email address will not be published.