ଆଜିଠୁ ୫ ଦିନିଆ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ଭୁବନେଶ୍ବର (ଆମ ଟିଭି) : ଆଜିଠୁ ୫ ଦିନିଆ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୭ ତାରିଖ ପର୍ଯ୍ୟନ୍ତ ତାଙ୍କର ଏହି ଗସ୍ତକାଳରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଥିପାଇଁ କାର୍ଯ୍ୟ ସୂଚୀ ମଧ୍ୟ ଜାରି ହୋଇଛି। ଏହା ସହ ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା କରାଯାଇଛି କରାଯାଇଛି । ରାଷ୍ଟ୍ରପତିଙ୍କ ଗ୍ରସ୍ତ ସମୟରେ ତାଙ୍କର ସୁରକ୍ଷା ବ୍ୟବସ୍ଥାରେ ପାଇଁ ୩ ଜଣ ଡିସିପି ରାଙ୍କର ଅଫିସର , ୧୫ ଜଣ ଆଡିସନାଲ ଡିସିପି ରାଙ୍କର ଅଫିସର ୪୫ ଏସିପି ରାଙ୍କର ଅଫିସର ୨୦୦ ଜଣ ଇନ୍ସପେକ୍ଟର ଓ ସବ୍ ଇନ୍ସପେକ୍ଟର ରାଙ୍କର ଅଫିସର ଦାୟିତ୍ୱରେ ରହିଛନ୍ତି । ଟ୍ରାଫିକ ବ୍ୟବସ୍ଥା ମିଶି ୪୦ ପ୍ଲାଟୁନରୁ ଉର୍ଦ୍ଧ୍ବ ଫୋର୍ସ ମୁତୟନ ହୋଇଛନ୍ତି ।

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ଜାରି ହୋଇଥିବା କାର୍ଯ୍ୟ ସୂଚୀ ଅନୁଯାୟୀ; ଆଜି ଅପରାହ୍ନ ୨ଟା ୩୦ମିନିଟ ସମୟରେ ନୂଆଦିଲ୍ଲୀରୁ ସ୍ଵତନ୍ତ୍ର ବାୟୁସେନା ବିମାନରେ ବାହାରିବେ ରାଷ୍ଟ୍ରପତି । ସନ୍ଧ୍ୟା ୫ଟା ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରୁ ସେ ସିଧାସଳକ ବାହାରି ୫ଟା ୩୦ମିନିଟରେ ନିଳାଦ୍ରୀବିହାର ଚନ୍ଦ୍ରଶେଖରପୁରଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୁର୍ତ୍ତି ଉଦଘାଟନୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସନ୍ଧ୍ୟା ୬ଟା ୧୦ମିନିଟରେ ବାହାରି ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି ।

ଏହା ପରେ ଡିସେମ୍ବର ୪ ତାରିଖ ବୁଧବାର ଦିନ ପୁରୀ ଗସ୍ତ କରିବେ । ସେଠାରେ ସେ ବାୟୁ ସେନା ଦିବସରେ ଯୋଗଦେବେ । ଏହା ପୂର୍ବରୁ ୧୦ଟା ୧୫ରୁ ୧୦ଟା ୪୦ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୧୦ଟା ୫୦ରେ ପୁରୀ ସ୍ଥିତ ଶ୍ରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ । ଏହା ପରେ ଅପରାହ୍ନ ୩ଟା ୫୫ରେ ବ୍ଲୁ ଫ୍ଲାଗ୍ ବିଚରେ ବାୟୁ ସେନା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ । ଡିସେମ୍ବର ୫ ତାରିଖ ଗୁରୁବାର ‘ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ” ର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହା ସହିତ ଭୁବନେଶ୍ୱରରେ ନୂତନ ଜୁଡ଼ିସିଆଲ୍ କୋର୍ଟ କମ୍ଲେକ୍ସର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ ।

ଡିସେମ୍ବର ୬ ଓ ୭ ତାରିଖରେ ଦୁଇ ଦିନ ଧରି ମୟୁରଭଞ୍ଜରେ ରହଣିର ବ୍ୟବସ୍ଥା ହୋଇଛି । ୬ ତାରିଖ ଶୁକ୍ରବାର ଦିନ ସକାଳ ୯ଟାରେ ରାଜଭବନରୁ ବାହାରି ରାଷ୍ଟ୍ରପତି ଡକ୍ଟର ବି.ଆର୍.ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ଅବସରରେ ଭୁବନେଶ୍ୱର ଏ.ଜି.ଛକ ଠାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ପୂର୍ବାହ୍ନ ୯ଟା ୧୫ମିନିଟ ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାୟୁସେନାର ବିମାନ ଯୋଗେ ପଶ୍ଚିମବଙ୍ଗ ସ୍ଥିତ କଲେଇକୁଣ୍ଡା ଏୟାରବେସରେ ୧୦ଟା ୧୫ମିନିଟ ସମୟରେ ଅବତରଣ ପରେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୧ଟା ୦୫ମିନିଟରେ ଅବତରଣ କରିବେ ରାଷ୍ଟ୍ରପତି । ସେଠାରୁ ସଡକପଥରେ ନିଜ ଜନ୍ମ ଗାଁ ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ସମୟ ବିତାଇବେ । ଅପରାହ୍ନ ୩ଟା ସମୟରେ ରାଇରଙ୍ଗପୁର ସ୍ଥିତ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ପହଞ୍ଚି ନିଜ ସ୍ଵାମୀ ଓ ୨ପୁତ୍ରଙ୍କ ସ୍ମୃତିରେ ସ୍ଥାପନ କରିଥିବା ଏସ.ଏଲ୍.ଏସ୍. ଟ୍ରଷ୍ଟ ପକ୍ଷରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର କରିବା ସହ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହା ସହିତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ମୁର୍ମୁ ।

Leave A Reply

Your email address will not be published.