୫ ବର୍ଷରେ ଆଖି ବୁଜିଛନ୍ତି ୩୪ କଲରାପତରିଆ ବାଘ
ବାଘ ମୃତ୍ୟୁ ନେଇ ବିଧାନସଭାରୁ ଆସିଲା ଚିନ୍ତାଜନକ ଖବର । ଗତ ୫ ବର୍ଷ ଭିତରେ ରାଜ୍ୟରେ ଆଖି ବୁଜିଛନ୍ତି ୩୪ କଲରାପତରିଆ । ଏଥିସହ ୧୭ଟି ବାଘ ଶିକାର ଦ୍ୱାରା ଆଖି ବୁଜିଥିବାବେଳେ, ବିଦ୍ୟୁତ ଆଘାତରେ ୩ଟି ଆଉ ରେଳ ଦୁର୍ଘଟଣାରେ ଗୋଟିଏ ବାଘର ମୃତ୍ୟୁ ହେଇଛି । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ତେବେ ବିଧାନସଭାରେ ଏନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଥିଲେ ଯେ, ରାଜ୍ୟରେ ଗତ ୫ ବର୍ଷ ଭିତରେ କେତେ ବାଘ ମୃତ୍ୟୁବରଣ କରିଛନ୍ତି? ଆଉ ଏ ମୃତ୍ୟୁର କାରଣ କଣ ସେନେଇ ପ୍ରଶ୍ନ କରିଥିଲେ ତାରା ।
ଏହି ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଗତ ୫ ବର୍ଷ ଭିତରେ ୩୪ଟି କଲରାପତରିଆ ଆଖି ବୁଜିଛନ୍ତି । ଆଉ କେଉଁଥିରେ କେତେ କେତେ ବାଘ ମୃତ୍ୟୁବରଣ କରିଛନ୍ତି ସେନେଇ ରିପୋର୍ଟ ଦେଇଥିଲେ ମନ୍ତ୍ରୀ । ଏଥିସହ ବର୍ତ୍ତମାନ ରାଜ୍ୟରେ ୩୦ଟି ମହାବଳ ବାଘ ଥିବାବେଳେ, ୬୯୬ଟି କଲରାପତରିଆ ବାଘ ଥିବା ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।