ଭୁବନେଶ୍ୱର(ଆମ ଟିଭି): ଭୁବନେଶ୍ବର ମଦନପୁରସ୍ଥିତ ନିସ୍ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଶିରିଡି ସାଇ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ତିନିଦିନ ବ୍ୟାପୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଏହି ତିନିଦିନ ଧରି ଚାଲିଥିବା ଯଜ୍ଞରେ ମୁଖ୍ୟ ପୁରୋହିତ ପଣ୍ଡିତ ଡକ୍ଟର କୃପାସିନ୍ଧୁ ପଣ୍ଡାଙ୍କ ସମେତ ଦଶଜଣରୁ ଉର୍ଦ୍ଧ୍ବ ବିଶିଷ୍ଟ ପଣ୍ଡିତଙ୍କ ସହିତ ମନ୍ଦିରର ମୁଖ୍ୟ ପୂଜକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମିଶ୍ର ନିୟୋଜିତ ରହି ପୂର୍ଣାହୁତି କରିଥିଲେ l ଏଥିରେ ନିସ୍ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ସାଇ ମନ୍ଦିରର ମୁଖ୍ୟ ଟ୍ରଷ୍ଟି ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ଓ ସହ ପ୍ରତିଷ୍ଠାତା ପ୍ରଫେସର ସ୍ମୃତିସୁଧା ନାୟକ ଯଥାକ୍ରମେ କର୍ତା ଓ କର୍ତୀ ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ ।
ଏହି ତୃତୀୟ ବାର୍ଷିକ ଉତ୍ସବ ଯଜ୍ଞରେ ବିଶିଷ୍ଟ ରାଜନେତା, ବୁଦ୍ଧିଜିବୀ ବିଭିନ୍ନ ସାଇ ଟ୍ରଷ୍ଟର ଟ୍ରଷ୍ଟି, ଗ୍ରାମ୍ୟ କମିଟିର ମୁଖ୍ୟ, ଶିକ୍ଷାବିତ୍, ସାମ୍ବାଦିକ, ଆଡ୍ଭୋକେଟ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟଟ୍ରଷ୍ଟି ଡକ୍ଟର ନାୟକ ସମ୍ମାନୀତ କରିଥିଲେ । ବାର୍ଷିକ ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷାନୁଷ୍ଠାନର ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ ଓ ଇଷ୍ଟେଟ ଅଧିକାରୀ ପ୍ରମୋଦ କୁମାର ରାଜ ପରିଚାଳନା କରିଥିଲେ । ପରିଶେଷରେ ଶ୍ରୀସାଇ ଭଜନ ସନ୍ଧ୍ୟା କଟକର ସୁନାମଧନ୍ୟ କଳାକାର ମାନଙ୍କ ଦ୍ବାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।