ଡିସେମ୍ବର ୮, ସନ୍ଧ୍ୟା ୬.୩୦ରେ ଜୀ ସାର୍ଥକରେ ଦେଖନ୍ତୁ ‘ସାରେଗାମାପା’ ଗ୍ରାଣ୍ଡ ଫିନାଲେ
ଭୁବନେଶ୍ୱର(ଆମ ଟିଭି): ଜୀ ସାର୍ଥକ, ଯାହା ଓଡ଼ିଶାର ଏକ ନମ୍ବର ଚ୍ୟାନେଲ ସବୁବେଳେ ନିଜ ଦର୍ଶକଙ୍କ ପସନ୍ଦକୁ ଧ୍ୟାନରେ ରଖି ଭେଟିଦିଏ ନୂଆ ନୂଆ ଧାରାବାହିକ ଓ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ । ଏହା ମଧ୍ୟରୁ ଦର୍ଶକେ ଜୀ ସାର୍ଥକରେ ପ୍ରସାରଣ ହେଉଥିବା ସଂଗୀତ ଭିତ୍ତିକ ମନୋରଞ୍ଜନ କାର୍ଯ୍ୟକ୍ରମ ‘ସାରେଗାମାପା’କୁ ଦେଇଛନ୍ତି ଅନେକ ଭଲପାଇବା ଯାହା ଏବେ ପହଞ୍ଚିଛି ଅନ୍ତିମ ପର୍ଯ୍ୟାୟରେ ।
ଡିସେମ୍ବର ୦୮ ତାରିଖ ସନ୍ଧ୍ୟା ୬.୩୦ରେ ପ୍ରସାରଣ ହେବ ‘ସାରେଗାମାପା’ ଗ୍ରାଣ୍ଡ ଫିନାଲେ । ମନୋରଞ୍ଜନରେ ଭରପୁର ଏହି ବିଶେଷ ୪ ଘଣ୍ଟାର ଗ୍ରାଣ୍ଡ ଫିନାଲେ ଏପିସୋଡରେ ଓଲିଉଡର ବହୁ କଳାକାର ଯୋଗ ଦେଉଥିବା ବେଳେ ମୁଖ୍ୟ ଆକର୍ଷଣ ସାଜିବାକୁ ଯାଉଛନ୍ତି ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି । ଏହା ସହିତ କାର୍ଯ୍ୟକ୍ରମରେ ବିଚାରକ ରହିବା ସହିତ ମନଛୁଆଁ ଗୀତ ଗାଇବେ ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ଦିପ୍ତୀରେଖା ପାଢୀ, କୁଳଦୀପ ପଟ୍ଟନାୟକ ଓ କ୍ରିଷ୍ଣା ବେଉରା । କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଟି. ସୌରି , ବିଷ୍ଣୁ ମୋହନ କବି, ଗୌରବ ଆନନ୍ଦ ଓ ଅର୍ପିତାଙ୍କ ଦମଦାର ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିବ । ନାୟକ ଶୈଳେନ୍ଦ୍ର, ମଣ୍ଟୁ, ଜ୍ୟୋତି, ନାୟିକା ଶୀତଲ, ଶିବାନୀ, ଦିବ୍ୟା ଓ ଶାୟଲ ଙ୍କର ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିବ ।
ତେବେ କିଏ ହେବ ଚଳିତ ବର୍ଷ ‘ସାରେଗାମାପା’ର ବିଜେତା ଜାଣିବାକୁ ଏହି ବିଶେଷ ୪ ଘଣ୍ଟାର ଗ୍ରାଣ୍ଡ ଫିନାଲେ ଏପିସୋଡରେ ନିଜକୁ ସାମିଲ କରିବା ସହିତ ଏହାକୁ ଦେଖିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ୍ ସୀଲ୍ ।