ସଞ୍ଜୟ ମାଲହୋତ୍ରା ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ଗଭର୍ଣ୍ଣର

0

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ନୂଆ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କୁ ନିଯୁକ୍ତି ମିଳିଛି।  କେନ୍ଦ୍ର ରାଜସ୍ବ ମନ୍ତ୍ରାଳୟର ସଚିବ ଥିବା ଶ୍ରୀ ମାଲହୋତ୍ରା ଆସନ୍ତା ଡିସେମ୍ବର ୧୧ ତାରିଖରୁ ଗଭର୍ଣ୍ଣର ଭାବେ ନୂଆ ଦାୟିତ୍ବ ଗ୍ରହଣ କରିବେ।

ଆଜି କ୍ୟାବିନେଟ କମିଟି ପକ୍ଷରୁ ସଞ୍ଜୟ ମାଲହୋତ୍ରାଙ୍କୁ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ସୂଚନା ମିଳିଛି। ୧୯୯୦ ବ୍ୟାଚର ରାଜସ୍ଥାନ କ୍ୟାଡର ଆଇଏଏସ ଅଫିସର ହେଉଛନ୍ତି ସଞ୍ଜୟ ମାଲହୋତ୍ରା। ବର୍ତ୍ତମାନ ଆରବିଆଇ ଗଭର୍ଣ୍ଣର ଥିବା ଶକ୍ତିକାନ୍ତ ଦାସଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିବେ।

Leave A Reply

Your email address will not be published.