ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ଭାଜପାକୁ ଟାର୍ଗେଟ କଲେ ନବୀନ

0

ବକେୟା ଦରମା ସହ ଅନ୍ୟାନ୍ୟ ୯ ଦାବି ନେଇ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ଜିପିଏଲ୍‌ଏଫ ମିଶନଶକ୍ତି ମହିଳାମାନେ ମଙ୍ଗଳବାର ଲୋୟର ପିଏମ୍‌ଜିର ଗାନ୍ଧୀମାର୍ଗରେ ଧାରଣାରେ ବସିଛନ୍ତି। ଏହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଭାଜପା ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି। ଏହାକୁ ବିଜେଡି ଦୃଢ ନିନ୍ଦା କରୁଛି ବୋଲି ଗଣମାଧ୍ୟମ ଆଗରେ ନବୀନ ପ୍ରକାଶ କରିଛନ୍ତି। ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି। ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଛି ବୋଲି ନବୀନ କହିଛନ୍ତି। ଅନ୍ୟପକ୍ଷେ ମିଶନଶକ୍ତି ମହିଳାଙ୍କ ଧାରଣାରେ ବିଜେଡି ସହ କଂଗ୍ରେସ ମଧ୍ୟ ସାମିଲ ହୋଇଛି। ବକେୟା ଦରମା ସହ ବିଭିନ୍ନ ଦାବିରେ ମହିଳାଙ୍କ ଧାରଣା ଜାରି ରହିଛି।

Leave A Reply

Your email address will not be published.