ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡେଙ୍କୁ ବିରୋଧ। ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି ବିରୋଧୀ। କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍ ଧନଖଡ଼ଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଛି। ସେ ଗୃହ କାର୍ଯ୍ୟ ବେଳେ ଶାସକ ଦଳର ପକ୍ଷ ରଖୁଛନ୍ତି ଏବଂ ବିରୋଧୀଙ୍କ ସ୍ୱରକୁ ଦମନ କରୁଥିବା ବିରୋଧୀଦଳ ଦାବି କରିଛନ୍ତି।
ଇଣ୍ଡି ମେଣ୍ଟର ପ୍ରଦର୍ଶନରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ସହ ଟିଏମସି ଓ ଏସପି ଓ ଆପ୍ ଦଳର ସାଂସଦ ଧନଖଡଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହୋଇଛନ୍ତି। ଏହି ଅବିଶ୍ୱାସ ପ୍ରସ୍ତାବକୁ ପାରିତ କରିବା ପାଇଁ ୫୦ ଜଣ ସାଂସଦଙ୍କ ହସ୍ତାକ୍ଷର ଆବଶ୍ୟକ ଥିବା ବେଳେ ତାଙ୍କ ପାଖରେ ୭୦ଜଣ ସାଂସଦଙ୍କ ହସ୍ତାକ୍ଷର ଥିବା କଂଗ୍ରେସ ଦାବି କରିଛି।